ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଫିଲ୍ମ ଷ୍ଟାଇଲରେ ପେଟ୍ରୋଲ ପମ୍ପ୍ ଭିତରେ ଜଲେଜ ଛାତ୍ରଙ୍କୁ ମାଡ଼ ଓ ସିଗାରେଟ୍ ଚେଙ୍କ, ଭିଡ଼ିଓ ଭାଇରାଲ

କେସିଙ୍ଗା, ୧୮/୧୧ : ଫିଲ୍ମ ଷ୍ଟାଇଲରେ ପେଟ୍ରୋଲ ପମ୍ପ୍ ଭିତରେ ଜଲେଜ ଛାତ୍ରଙ୍କୁ ମାଡ଼ ଓ ସିଗାରେଟ୍ ଚେଙ୍କ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ରେ ଥିବା ଉତ୍କେଲା ପେଟ୍ରୋଲ ପମ୍ପ ନିକଟରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଚି। ଯୁକ୍ତ ୨ ମହାବିଦ୍ୟାଳୟ ଠାରେ ପଢୁଥିବା ୫ ଜଣ ଛାତ୍ରଙ୍କୁ ମାଡ଼ ମାରିବା ସହ ସେମାନଙ୍କର ଭିଡିଓ ଉତ୍ତୋଳନ କରିଛନ୍ତି ଅଣଛାତ୍ର। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ସୂଚନା ଅନୁଯାୟୀ, ଉତ୍କେଲା ଯୁକ୍ତ ୨ ମହାବିଦ୍ୟାଳୟରେ ପଢୁଥିବା ଉତ୍କେଲା ଗ୍ରାମର ୫ ଜଣ ଛାତ୍ରଙ୍କୁ ମହାବିଦ୍ୟାଳୟ ସାମ୍ନାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଭିତରେ ମାଡ଼ ମରାଯାଇଛି। ଫିଲ୍ମ ଷ୍ଟାଇଲରେ ଭିଡିଓ ବନାଇ କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ପାଞ୍ଚ ଜଣ ଛାତ୍ରଙ୍କୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ଉତ୍କେଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଘଟଣାରେ ଉତ୍କେଲା ପୋଲିସ ଭିଡିଓ କରିଥିବା କୋକୋଡ଼ମାଳର ଜଣେ ଅଣଛାତ୍ରଙ୍କୁ ଅଟକ ରଖିଥିବା ବେଳେ ମାଡ଼ ମାରିଥିବା ଆଉ ଏକ ଅଣଛାତ୍ର କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ଫେରାର ମାରିଛନ୍ତି। ଅଭିଯୁକ୍ତମାନଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ବିଷୟରେ ଉତ୍କେଲା ଯୁକ୍ତ ଦୁଇ ମହାବିଦ୍ୟାଳୟର ପ୍ରିନ୍ସିପାଲ ଯୁଧିଷ୍ଠିର ବୁଦ୍ଧିଆଙ୍କୁ ପଚାରିବାରୁ ଏହି ବିଷୟରେ ସେ ଉତ୍କେଲା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରୁଛି ବୋଲି ପ୍ରକାଶ କରିଛନ୍ତି। 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.