ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିତିଗଲେ ରାଜସ୍ଥାନ ରାଜ ପରିବାରର ରାଜକୁମାରୀ ,ସାଂସଦରୁ ହେଲେ ବିଧାୟିକା

ନୂଆଦିଲ୍ଲୀ,୩।୧୨:  ଜୟପୁରର ବିଦ୍ୟାଧର ନଗର ଆସନରୁ ଫଳାଫଳ ଆସି ଯାଇଛି।  ସାଂସଦ ଥିବା ସତ୍ତ୍ୱେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଦିୟା କୁମାରୀ ବାଜିମାତ କରିଛନ୍ତି। ଦଳ ତାଙ୍କୁ ରାଜସ୍ଥାନର ବିଦ୍ୟାଧର ନଗରରୁ ପ୍ରାର୍ଥୀ କରିଥିଲେ। ସେ ଏଠାରେ ୧,୫୮,୫୧୬ ଖଣ୍ଡ ଭୋଟ ପାଇଛନ୍ତି। ଦିୟା କୁମାରୀ କଂଗ୍ରେସର ସୀତାରାମ ଅଗ୍ରୱାଲଙ୍କୁ ୭୧,୩୬୮ ଖଣ୍ଡ ଭୋଟରେ ହରାଇ ହରାଛନ୍ତି। ରାଜ ପରିବାରରୁ ଆସିଥିବା ଦିୟା କୁମାରୀ ବିଜେପିର ବିଜୟ ନେଇ ଆରମ୍ଭରୁ ହିଁ କହିସାରିଥିଲେ। ଏବେ ବିଜେପି ମଧ୍ୟ ରାଜସ୍ଥାନରେ ସରକାର ଗଠନ କରିବାକୁ ଯାଉଛି। ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ୁଥିଲା। ତେଣୁ ଦିୟା କୁମାରୀ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଥିବାର ଚର୍ଚ୍ଚା ହେଉଛି।

୨୦୧୩ ରେ ସଭାଇମାଧେପୁରରୁ ବିଧାୟକ ଥିବା ଦୀୟ କୁମାରୀ ବର୍ତ୍ତମାନ ରାଜସମନ୍ଦରୁ ସାଂସଦ ମଧ୍ୟ ଅଛନ୍ତି। ଏଥର ସାଂସଦଙ୍କ ବିଧାୟକୀ ପରିବର୍ତ୍ତନରେ ତାଙ୍କୁ ବିଧାୟକ ଟିକେଟ ମିଳିଛି। ଜୟପୁରର ରାଜକୁମାରୀ ଦୀୟ କୁମାରୀ ମହାରାଜ ସଭାଇ ସିଂହ ଓ ମହାରାନୀ ପଦ୍ମିନୀ ଦେବୀଙ୍କ ଝିଅ। ଜୟପୁର ସହରର ଏହି ଆସନକୁ ବିଜେପିର ଗଡ ବୋଲି କୁହାଯାଏ। ଦୀୟା କୁମାରୀଙ୍କ ପାଇଁ ବିଦ୍ୟାଧର ନଗର ସହଜ ସିଟ୍‌ ବୋଲି କୁହାଯାଏ। ପରିସୀମନ ପରେ ତିନୋଟି ନିର୍ବାଚନରେ ଏଠାରେ ବିଜେପିର ନରପତ ସିଂହ ରାଜଭି ନିର୍ବାଚନ ଜିତିଛନ୍ତି। ତେବେ ଦୀୟା କୁମାରୀ ହଓ୍ବାମହଲ ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ।

ଉଲ୍ଲେଖନୀୟ ଯେ,ଜୟପୁର ରାଜପରିବାର ମହାରାଜ ସଭାଇ ଭବାନୀ ସିଂହ ଓ ପଦ୍ମିନୀ ଦେବୀଙ୍କ ଏକମାତ୍ର ଝିଅ। ଦୀୟା କୁମାରୀଙ୍କ ଜନ୍ମ ୩୦ ଜାନୁଆରୀ ୧୯୭୧ ‌ରେ ହୋଇଥିଲା। ଦୀୟ କୁମାରୀ ନୂଆ ଦିଲ୍ଲୀର ମଡର୍ଣ୍ଣ ସ୍କୁଲ, ମୁମ୍ବାଇର ଜିଡି ସୋମାନୀ ମେମୋରିଆଲ ସ୍କୁଲ ଓ ଜୟପୁରର ମହାରାଣୀ ଗାୟତ୍ରୀ ଦେବୀ ପବ୍ଲିକ ସ୍କୁଲରୁ ଶିକ୍ଷାଗ୍ରହଣ କରିଛନ୍ତି। ଏହାପରେ ସେ ଲଣ୍ଡନର ଡେକୋରେଟିଭ ଆର୍ଟସ୍‌ରୁ କୋର୍ସ କରିଛନ୍ତି। ନିଜର ସୁନ୍ଦରତା ଓ ରାଜନୈତିକ ବିଚକ୍ଷଣତା ପାଇଁ ପରିଚିତ ଦୀୟାଙ୍କ ରାଜନୈତିକ ଯାତ୍ରା ଖୁବ୍ ଭିନ୍ନ। ସେ ୨୦୨୩ ରୁ ବିଜେପିରେ ଯୋଗ ଦେଇଥିଲେ। ସେହି ବର୍ଷ ସଭାଇ ମାଧୋପୁରରୁ ବିଧାନସଭା ନିର୍ବାଚନ ଲଢିଥିଲେ ଓ ବିଧାୟକ ହୋଇଥିଲେ। ଏହାପରେ ୧୦୧୯ ରେ ରାଜସମନ୍ଦ ଆସନରୁ ଲୋକସଭା ନିର୍ବାଚନ ଲଢି ସାଂସଦ ହୋଇଥିଲେ। ବର୍ତ୍ତମାନ ଦୀୟା କୁମାରୀ ରାଜସ୍ଥାନ ବିଜେପିରେ ମହିଳା ମୋର୍ଚ୍ଚାର ପ୍ରଦେଶ ପ୍ରଭାରୀ ଅଛନ୍ତି। ରାଜନୀତି ସହିତ ସେ ନିଜର ଏନ୍‌ଜିଓ ମଧ୍ୟ ପରିଚାଳନା କରନ୍ତି। ଏହା ସହ ତାଙ୍କର ସ୍କୁଲ ଓ ହୋଟେଲ ଭଳି ବ୍ୟବସାୟ ମଧ୍ୟ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.