ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କିପରି ଥିଲା ‘ହାନିକାରକ୍ ବାପୁ’ କି ଟ୍ରେନିଂ, ବଡ଼ବାପା ମହାବୀର ଫୋଗାଟ୍‌ଙ୍କ ବିଷୟରେ ଭିନେଶ କହିଲେ ଫିଲ୍ମରେ ତ...

ନୂଆଦିଲ୍ଲୀ,୧୧।୮:  ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ରେସଲର ଭିନେଶ ଫୋଗାଟ୍‌ଙ୍କ ସହ ଯାହା କିଛି ହୋଇଛି ତାହା କୌଣସି ଫିଲ୍ମର କାହାଣୀ ଭଳି ଲାଗୁଛି। ଭିନେଶଙ୍କୁ ବାହାର କରାଯିବାକୁ ନେଇ ଦେଶରେ ଆକ୍ରୋଶ ବଢିଯାଇଛି। ଭିନେଶଙ୍କ ବଡବାପା ମହାବୀର ଫୋଗାଟ୍ ମଧ୍ୟ ଲଗାତାର ଏହି ମାମଲା ଉପରେ ନଜର ରଖିଛନ୍ତି। ଏପରିକି ସେ ଭିନେଶଙ୍କୁ  ରେସଲିଂରୁ ସନ୍ୟାସ ନେବା ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି।

ଉଲ୍ଲେଖନୀୟ ଯେ, ମହାବୀର ଫୋଗାଟ୍‌ ଓ ତାଙ୍କ ଝିଅଙ୍କୁ ନେଇ ଆମିର ଖାନ୍‌ ‘ଦଙ୍ଗଲ’ ନାମକ ଏକ ଫିଲ୍ମରେ ଅଭିନୟ କରିସାରିଛନ୍ତି, ଯାହାକି ସୁପରହିଟ୍ ଥିଲା। ଫିଲ୍ମରେ ଆମିର ଜଣେ ଶକ୍ତ ସ୍ବଭାବର ବାପା ଭାବରେ ନିଜର ଝିଅମାନଙ୍କୁ ରେସଲିଂ ଶିଖାଉଥିବାର ଦେଖିବାକୁ ମିଳିଥିଲେ। ଏହାକୁ ନେଇ ଏକ ଇଣ୍ଟରଭ୍ୟୁରେ ଭିନେଶ କହିଥିଲେ, ଫିଲ୍ମରେ ଯେତିକି ତାଙ୍କ ବଡ଼ ବାପାଙ୍କୁ ଶକ୍ତ ସ୍ବଭାବର ଦେଖାଯାଇଛି, ତାଠାରୁ ବାସ୍ତବରେ ସେ ବହୁଗୁଣା ଅଧିକ।

ଭିନେଶଙ୍କୁ ଯେତେବେଳେ ପଚରା ଯାଇଥିଲା, ଫିଲ୍ମରେ ଯାହା ଦେଖାଯାଉଛି ତାହା ଠିକ୍। କ’ଣ  ଆପଣମାନେ ସେଭଳି ଟ୍ରେନିଂ କରୁଥିଲେ? ଲୋକମାନେ କ’ଣ ବିଭିନ୍ନ ପ୍ରକାର କଥା କହୁଥିଲେ?  ଏହି ପ୍ରଶ୍ନର ଉତ୍ତରରେ ଭିନେଶ କହିଛନ୍ତି,  ମୁଁ ଖୁବ୍ ଛୋଟ ଥିଲି, ବୁଝି ପାରୁନଥିଲି କିଏ କ’ଣ କହୁଛି। କିନ୍ତୁ ଗୀତା ଓ ବବିତାଙ୍କୁ ସମସ୍ତେ କହୁଥିଲେ। ତେବେ ସେତେବେଳେ ମୁଁ ଅଳ୍ପ ଟିକେ ବଡ ହୋଇଥିଲା ମୋ ମା’ କହୁଥିଲେ, ଆଜି ତୋ’ର ବଡ ମା’ କହୁଥିଲେ, ତୁମେ ଏଭଳି କିଭଳି ଡ୍ରେସ୍ ପିନ୍ଧିଛ ? ସେତେବେଳେ ମୋତେ ବହୁତ ରାଗ ଲାଗୁଥିଲା ଓ କହୁଥିଲି କିଏ  କହୁଛନ୍ତି ? ତାଙ୍କୁ ମୋ ଆଗକୁ ନେଇକି ଆସ ।’

ଭିନେଶ କହିଛନ୍ତି  ତାଙ୍କୁ ବୁଝାଇ ଦିଆଯାଉଥିଲା ଘରୁ କୁଆଡେ ବାହାରକୁ ଗଲେ କାହାକୁ କିଛି ନକହିବାକୁ, ନହେଲେ ଲୋକେ ବିଭିନ୍ନ ପ୍ରକାର କଥା କହିବେ। ତାଙ୍କର ବଡ ବାପା ସବୁ ଝିଅଙ୍କର ଚୁଟି କାଟି ଛୋଟ କରିଦେଇଥିଲେ। କାରଣରୁ  ଅଧିକ କେଶ ରହିଲେ ସବୁବେଳେ ନିଜର ଲୁକ୍ସ ଓ ଫ୍ୟାଶନ୍‌ ଉପରେ ଧ୍ୟାନ ରଖିବୁ। ତେଣୁ ଆମ ସମସ୍ତଙ୍କର ଚୁଟି କାଟିକି ଛୋଟ କରି ଦିଆଯାଉଥିଲା।  ଭିନେଶ କହିଛନ୍ତି, କେବଳ ରେସଲିଂ, ଖାଇବା ପିଇବା ଓ ଶୋଇବା ହିଁ ଥିଲା। ହିଟଲରଙ୍କ ଶାସନଠାରୁ ଅଧିକ ଖରାପ ସ୍ଥିତ ଥିଲା ଆମର। ନା ଘରୁ କୁଆଡେ ଯାଇ ପାରୁଥିଲୁ ନା କେବେ କାନ୍ଦି ପାରୁଥିଲୁ। ଯାହା କଲେ ବି ମାଡ଼ ବସୁଥିଲେ। ଫିଲ୍ମରେ ଯେତିକି ଦେଖାଯାଇଛି ସେତିକିରୁ ଟିକେ ବି ମୋ’ ବଡ଼ ବାପା ସଫ୍ଟ ନଥିଲେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.