ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା : ଆସିଲା ଭିସେରା ରିପୋର୍ଟ, କୌଣସି ନିଶାଦ୍ରବ୍ୟ କିମ୍ଵା ଔଷଧ ସେବନ କରିନଥିବା ଉଲ୍ଲେଖ

ରାଉରକେଲା, ୦୬/୧୧ : ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା। ଆସିଲା ଭିସେରା ରିପୋର୍ଟ। କୌଣସି ନିଶାଦ୍ରବ୍ୟ କିମ୍ଵା ଔଷଧ ସେବନ କରିନଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏବେ HRPC ଘଟଣାର ତଦନ୍ତ କରୁଛି। ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନିନ ହୋଇଛି। ପାଣିରେ ଶ୍ଵାସରୁଦ୍ଧ ଯୋଗୁଁ ସୁସ୍ମିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ଖୁଲାସା ହୋଇ ପାରୁନି। ପରିବାର ସଦସ୍ୟ ଯେଉଁମାନଙ୍କର ବିରୋଧରେ ଅଭିଯୋଗ ଉଠାଇଥିଲେ, ସେମାନଙ୍କୁ ଜେରା ସରିଲାଣି। ଏବେ ସୁସ୍ମିତାଙ୍କ ମୋବାଇଲ୍ ଉପରେ ତଦନ୍ତକାରୀ ସେଲ୍ ଭରସା କରିଛି। ହେଲେ ସୁସ୍ମିତାଙ୍କ ଲକ୍ ପାର୍ଟନ ଖୋଲୁ ନଥିବାରୁ ତାହା ଭୁବନେଶ୍ଵର ଲ୍ୟାବକୁ ପଠାଯାଇଛି। 

ସୂଚନାନୁଯାୟୀ, ସେପ୍ଟେମ୍ଵର ୧୬ ତାରିଖରୁ ସୁସ୍ମିତା ନିଖୋଜ ଥିଲେ। ୧୭ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ୧୯ ତାରିଖ ସନ୍ଧ୍ୟାରେ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ସେନ୍‌ସୋରୀ ପାର୍କ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ୨୦ ତାରିଖ ଦିନ ମୃତକଙ୍କ ଭାଇ ଭଉଣୀଙ୍କ ମୃତ୍ୟୁ ପଛରେ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରି ଅଭିଯୋଗ କରିଥିଲେ। 



  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.