ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଆଜି ୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ; ଜାରି ରହିଛି ଭୋଟିଂ

ନୂଆଦିଲ୍ଲୀ,୧୦/୭: ଆଜି  ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ । ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶର ସମୁଦାୟ ୧୩ ବିଧାନସଭା ଆସନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ଏଥିମଧ୍ୟରୁ କିଛି ଆସନ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନ ପରେ ଖାଲି ହୋଇଯାଇଥିଲା । ଅନେକ ବିଧାୟକ ସଂସଦୀୟ ନିର୍ବାଚନ ଲଢିବାକୁ ବିଧାୟକ ପଦ ଛାଡିଥିଲେ । ଫଳରେ ସେହି ଆସନ ସବୁ ଖାଲି ରହିଥିଲା । ଆଉ କିଛି ଆସନରେ ବିଧାୟକଙ୍କ ନିଧନ ଯୋଗୁଁ ଖାଲି ପଡିଥିଲା । ତେବେ ଏହି ୧୩ ଆସନରୁ ୩ଟି ବିଜେପି ଦଖଲରେ ଥିବାବେଳେ, କଂଗ୍ରେସ ୨, ୩ ନିର୍ଦ୍ଦୀଳୟ ଏବଂ ଆପ୍, ଡିଏମକେ, ଟିଏମସି, ବିଏସପିର ଜଣେ ଲେଖାଏଁ ବିଧାୟକ ରହିଥିଲେ । ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ମୋଟ ୧୩ ବିଧାନସଭା ଆସନ ମଧ୍ୟରୁ ପଶ୍ଚିମବଙ୍ଗର ସର୍ବାଧିକ ୪ଟି ଆସନରେ ମତଦାନ ହେଉଛି ।

ଏହା ପଛକୁ ହିମାଚଳ ପ୍ରଦେଶର ୩ଟି ଆସନ, ଉତ୍ତରାଖଣ୍ଡର ୨ଟି ଏବଂ ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେଉଛି । ଏଥିପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ଦେଉଛନ୍ତି ଭୋଟର । ଲୋକସଭା ନିର୍ବାଚନ ପରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏହା ହେଉଛି ଦ୍ବିତୀୟ ପ୍ରମୁଖ ନିର୍ବାଚନୀ ଲଢେଇ । ପଶ୍ଚିମବଙ୍ଗର ସମସ୍ତ ୪ ଆସନରେ ଶାସକ ଟିଏମସି ପାର୍ଟି ଏବଂ ବିଜେପି ମୁହାଁମୁହିଁ ହେଉଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.