ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକ୍ ପୂର୍ବତନ କ୍ରିକେଟର ୱାସିମ ଆକ୍ରମଙ୍କ ପୂର୍ବାନୁମାନ, ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ

ନୂଆଦିଲ୍ଲୀ,୦୯/୦୫: ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଆଗାମୀ ଆଇପିଏଲକୁ ନେଇ କିଛି ପୂର୍ବାନୁମାନ  କହିଛନ୍ତି । ସେ କହିଛନ୍ତି ଯେ, ରୋହିତ ଶର୍ମାଙ୍କୁପରବର୍ତ୍ତୀ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସରେ ଦେଖିବାକୁ ମିଳିବ ନାହିଁ ।  ମୁଁ ତାଙ୍କୁ କୋଲକାତା ନାଇଟ ରାଇଡର୍ସରେ ଦେଖିବାକୁ ଚାହୁଁଛି । ଧରାଯାଉ, ରୋହିତ  ଓପନ କରିବେ, ଗୌତମ ଗମ୍ଭୀର ମେଣ୍ଟର  ଏବଂ ଶ୍ରେୟାସ ଆୟାର ଅଧିନାୟକ । ରୋହିତ  ସାମିଲ ହେବା ପରେ କୋଲକାତାର ବ୍ୟାଟିଂ  ଲାଇନ ଆହୁରି ଶକ୍ତିଶାଳୀ ହୋଇଯିବ । ସେ  ଯେକୌଣସି ପିଚ୍‌ରେ ଭଲ କରିପାରନ୍ତି ।  କାରଣ ସେ ଜଣେ ଶ୍ରେଷ୍ଠ ଖେଳାଳି ।’ ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ୫  ଥର ଚାମ୍ପିଅନ କରାଇଛନ୍ତି । ତଥାପି  ଦଳ ତାଙ୍କ ଉପରେ ଭରସା ନକରି  ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଣି  ନେତୃତ୍ୱ ଦେଇଥିଲା । ଫଳାଫଳ କିନ୍ତୁ  ପ୍ରଶଂସକଙ୍କୁ ଆଦୌ ଖୁସି କରିପାରି ନାହିଁ । 

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.