ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଖରାଦିନ ଆସିବା ପୂର୍ବରୁ ଜଳ ସଙ୍କଟରେ ଶଙ୍କରଡା ଗ୍ରାମବାସୀ : ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନର ଚେତାବନୀ

କାଶିପୁର - ଖରାଦିନ ଆରମ୍ଭ ହୋଇନି , ଏପଟେ ଆରମ୍ଭ ହୋଇ ଗଲାଣି ପାନୀୟ ଜଳ ସଙ୍କଟ। ଖୁବ୍‌ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡା ପଞ୍ଚାୟତ ସଦର ଶଙ୍କରଡା ଗ୍ରାମ ଏବଂ ଆଖପାଖ ଗ୍ରାମରେ। ଗ୍ରାମର ଆଦିବାସୀ ସାହି , ହରିଜନ ସାହି ଓ ପାଇକ ସାହିର ଜନସଂଖ୍ୟା ପ୍ରାୟ ୮୦୦ । ହେଲେ ଏଠାରେ ମାତ୍ର ୬ଗୋଟି ନଳକୂପ ରହିଛି , ସେଥିରୁ ମଧ୍ୟ ଠିକ୍‌ ଭାବେ ପାଣି ବାହାରୁ ନାହିଁ।

ଜଳ ଯୋଗାଣ ବିଭାଗ ଦ୍ୱାରା ପାଇପରେ ଜଳ ଯୋଗାଣ ପାଇଁ ହୋଇ ଥିବା ପମ୍ପ ହାଉସ ମଧ୍ୟ ଅଚଳ ହୋଇ ପଡ଼ିଛି। ଆଉ ଗୋଟିଏ ପମ୍ପ ହାଉସରୁ ଦିନେ ଛାଡି ଦିନେ ପାଣି ଯୋଗାଣ ହେଉଛି। ତାହା ମଧ୍ୟ ନିଅଣ୍ଟ। ଠିକ୍ ଭାବରେ ପାଣି ନମିଳିବାରୁ ନିକଟସ୍ଥ ନାଳ ଓ ଚୂଆରୁ ପାଣି ଲୋକେ ପାଣି ପିଉଛନ୍ତି । ଫଳରେ ନାନା ରୋଗ , ଝାଡାବାନ୍ତିରେ ପୀଡ଼ିତ ହୋଇ ଧନ ଜୀବନ ନଷ୍ଟ ହେଉଛି। ଯଦି ପାନୀୟ ଜଳ ସମସ୍ୟାର ସମାଧାନ ନହୁଏ ତା ହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମର ନୀଳାନ୍ଦ୍ରୀ ହିଆଲ, ଜାଳେନ୍ଦ୍ର ହିଆଲ,ବାମଣ ମାଝୀ, ମିନ ପଣ୍ଡା, ଅଶୋକ ସାହୁ ପ୍ରମୁଖ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

କହୁ ରଖୁଛୁ କି, ଏହି ସମସ୍ୟା କେବଳ ଉକ୍ତ ଗ୍ରାମର ନୁହେଁ, ପୁଞ୍ଜିଗୁମା, କଂସାରି ଗୁଡା,ମହାରାଜ ଗୁଡା,ଗୈଡ ଗୁଡା, ବାହାର କୁଟୁମି, ଖଡିକାଯୋଡି, ତୟାପୁଟ,କାରାଝୋଲା, ଏକାଡେଲି, ଲେଲିପୁଟ, ବରିଗୁମା, ପଣଷପଦର ଗ୍ରାମରେ ମଧ୍ୟ ଜଳ ସମସ୍ୟା ଦେଖା ଦେଇଛି। ଏହି ଗ୍ରାମବାସୀମାନେ ମଧ୍ୟ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ବିଭାଗୀୟ ଅଧିକାରୀ ମାନେ କେବେ ଏମାନଙ୍କର ସମସ୍ୟାର ସମାଧାନ କରିବେ ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.