ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ଆମକୁ କିଛି ଭୟ ନାହିଁ, ମୃତ୍ୟୁର ତାରିଖ ସ୍ପଷ୍ଟ'; ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ସାକ୍ଷାତ ପରେ ସଲିମ ଖାନ୍‌ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୭/୦୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଅଭିନେତା ସଲମାନ ଖାନଙ୍କୁ ଭେଟିଛନ୍ତି। ଦୁଇ ଦିନ ପୂର୍ବେ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ହୋଇଥିଲା, ଯାହା ପରେ ସିଏମ ସିନ୍ଦେ ଆଜି ବାନ୍ଦ୍ରାସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। ସିନ୍ଦେ ଅଭିନେତାଙ୍କ ପିତା ତଥା ପ୍ରସିଦ୍ଧ ସ୍କ୍ରିନ୍ ରାଇଟର୍ ସଲିମ୍ ଖାନ୍‌ଙ୍କୁ ମଧ୍ୟ ଭେଟିଥିଲେ। ସଲିମ ଖାନ ଏନଡିଟିଭିକୁ କହିଛନ୍ତି ଯେ ସିଏମ ତାଙ୍କୁ ଆଶ୍ବାସନା ଦେଇଛନ୍ତି। ସେ କହିଛନ୍ତି, "ଯଦି କିଛି ବି ହୋଇଥାଆନ୍ତା, କୌଣସି ଗ୍ୟାରେଣ୍ଟି ନାହିଁ। ସମଗ୍ର ପରିବାର ସୁରକ୍ଷିତ, ଏହା ଏକ ଭଲ କଥା।" ସେ କହିଛନ୍ତି, "ଆମର ଭୟ ନାହିଁ। ମୃତ୍ୟୁ ତାରିଖ ସ୍ଥିର ହୋଇସାରିଛି।" ଏପରିକି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ନିଶ୍ଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ।

ଯେତେବେଳେ ପରିବାରକୁ କୌଣସି ଧମକପୂର୍ଣ୍ଣ କଲ୍ ଆସିଛି କି ବୋଲି ପଚରାଗଲା। ସଲିମ ଖାନ୍‌ ସେତେବେଳେ କହିଛନ୍ତି ଯେ, "ନା, କିନ୍ତୁ ଏପରି ଘଟଣା ସାଧାରଣତଃ ଡରାଇବା ଧମକାଇବା ପାଇଁ ହିଁ ହୋଇଥାଏ। ସେମାନେ କହିପାରନ୍ତି ଯେ ଏହି ମାମଲା କୃଷ୍ଣକାୟ ହରିଣ ହତ୍ୟାକୁ ନେଇ ଥିଲା କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଅନ୍ୟ କିଛି।" 

ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ପ୍ରଶଂସା କରି ଖାନ କହିଛନ୍ତି ଯେ ମୁମ୍ବାଇ ପୋଲିସ ତତ୍ପରତା ପ୍ରକାଶ କରି ତୁରନ୍ତ ଗିରଫ କରିଥିଲା। ଏହାପୂର୍ବରୁ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଘର ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏକନାଥ ସିନ୍ଦେ "ଲରେନ୍ସ ବିଷ୍ଣୋଇକୁ ଖୁବ୍‌ଶୀଘ୍ର ହଟାଇବା" ବିଷୟରେ କହିଥିଲେ। ସେ କହିଛନ୍ତି, "କୌଣସି ଗ୍ୟାଙ୍ଗ କିମ୍ବା ଗ୍ୟାଙ୍ଗ ଓ୍ବାରକୁ ଅନୁମତି ଦିଆଯିବ ନାହିଁ। ଆମେ ଏହା ଘଟିବାକୁ ଦେବୁ ନାହିଁ। ଆମେ ଲରେନ୍ସ ବିଷ୍ଣୋଇକୁ ଖୁବ୍‌ଶୀଘ୍ର ହଟାଇବୁ।"

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.