ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ନୂଆ ଘର କିଣୁଥିଲେ ମାନନ୍ତୁ ଏହିସବୁ ବାସ୍ତୁ ନିୟମ, ନଚେତ୍ ପରିବାରରେ ଲାଗି ରୁହିବ ଅଶାନ୍ତି...

ଭୁବନେଶ୍ୱର, ୨।୪: ପୈତୃକ ଘର ହେଉ ଅବା ଫ୍ଲାଟ୍, ଏଥିପାଇଁ ରହିଥିବା ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ନଚେତ୍ ଏଥିଯୋଗୁଁ ପରିବାରରେ କଳି ଝଗଡ଼ା ଲାଗି ରୁହେ ଓ ଅଶାନ୍ତି ସୃଷ୍ଟି ହୁଏ । ତେବେ ନୂଆ ଘର କିଣୁଥିଲେ କିଛି ବାସ୍ତୁ ନିୟମ ପ୍ରତି ଦୃଷ୍ଟି ଦିଅନ୍ତୁ...

- ଆପାର୍ଟମେଣ୍ଟ କିଣୁଥିଲେ, ଉକ୍ତ ବ୍ଲକ୍‌ର ପ୍ରବେଶ ଦ୍ୱାରକୁ ହିଁ ମୁଖ୍ୟଦ୍ୱାର ଭାବେ ମାନିବାକୁ ହେବ । ତେଣୁ ପ୍ରବେଶ ଦ୍ୱାର ଉତ୍ତର କିମ୍ୱା ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ । ଘରର ମୁଖ୍ୟଦ୍ୱାର ସାମନାରେ ଲିପ୍ଟ କାନ୍ଥ କିମ୍ୱା କୌଣସି ବଡ଼ ଗଛ ରହିବା ଉଚିତ୍ ନୁହେଁ । 

- ଖୋଲା ପରିବେଶ ଓ ସୂର୍ଯ୍ୟକିରଣ ବାସ୍ତୁଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଫ୍ଲାଟ୍ କିଣିବା ସମୟରେ ଏ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଉତ୍ତର ଓ ପୂର୍ବ ଦିଗରେ ଝରକା କିମ୍ୱା ବାଲକୋନି ଥିବା ଘର ଉତ୍ତମ ବୋଲି ଧରାଯାଏ । ଦକ୍ଷିଣ କିମ୍ୱା ପଶ୍ଚିମ ଦିଗରେ ଝରକା ଥିବା ବାସ୍ତୁଦୋଷ ଦେଖାଯାଏ । 

- ଉତ୍ତର-ପୂର୍ବ ଦିଗରେ ରୋଷେଇ ଘର ଥିଲେ, ଫ୍ଲାଟ୍ କିଣନ୍ତୁ ନାହିଁ । ଦକ୍ଷିଣ-ପୂର୍ବ ଦିଗରେ ଥିବା ରୋଷେଇ ଘର ବାସ୍ତୁ ଅନୁଯାୟୀ ଉପଯୁକ୍ତ ।

-ଫ୍ଲାଟ୍‌ର ଛାତ ଉପରେ ଉତ୍ତର-ପୂର୍ବ କୋଣରେ ପାଣିଟାଙ୍କି ରହିବା ଉଚିତ୍ । ପାଣି ଟାଙ୍କିର ରଙ୍ଗ ଗାଢ଼ ହେବା ଦରକାର । 

-ଶୌଚାଳୟ ବା ସ୍ନାନଘର ଦକ୍ଷିଣ-ପଶ୍ଚିମ କୋଣ କିମ୍ୱା ଦକ୍ଷିଣ ଦିଗରେ ରହିବା ଉଚିତ୍ । ଯଦି ଶୌଚାଳୟ ଉତ୍ତର-ପୂର୍ବ ଦିଗରେ ଥାଏ ତେବେ ନକାରତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ ।

- ବାସ୍ତୁ ଅନୁଯାୟୀ, ପିଲାଙ୍କ କକ୍ଷ ଉତ୍ତର-ପୂର୍ବ କିମ୍ୱା ଉତ୍ତର-ପଶ୍ଚିମ ଦିଗରେ ରହିବା ଆବଶ୍ୟକ । ସେହି କୋଠରୀର ଝରକା ଉତେତର ଦିଗ କାନ୍ଥରେ ଥିବା ଉଚିତ୍ । ଏହାଦ୍ୱାରା ପିଲାମାନଙ୍କ ଏକାଗ୍ରତା ବଜାୟ ରହିବା ସହ ସେମାନଙ୍କ କ୍ୟାରିୟର ପାଇଁ ଉତ୍ତମ ହୋଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.