ପ୍ରମୁଖ ଖବର
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

କେବେ ଲାଗିବ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ? ଭାରତରେ ଏହା ଦେଖାଯିବ କି ନାହିଁ ଜାଣନ୍ତୁ

ସନାତନା ଧର୍ମରେ ସୂର୍ଯ୍ୟ ଗ୍ରହଣ ବିଶେଷ ମାନ୍ୟତା ରହିଛି । ତେଣୁ ଚନ୍ଦ୍ରଗହଣ ସମୟ ଶୁଭ କି ଅଶୁଭ ତାହା ଜାଣିବା ଆବଶ୍ୟକ ରହିଛି। ୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୦୮ ଏପ୍ରିଲ ୨୦୨୪ ରେ ହୋଇଥିଲା ।  ଯାହା ଆମେରିକାରେ ସର୍ବାଧିକ ପ୍ରଭାବ ପକାଇଥିଲା . ହେଲେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହୋଇନଥିଲା । ଏହାପରେ ଚଳିତ ବର୍ଷର ଦ୍ବିତୀୟ ସୂର୍ଯ୍ୟଗ୍ରହଣ ଅକ୍ଟୋବର ମାସରେ ସର୍ବ ପିତୃ ଅମାବାସ୍ୟାରେ ଲାଗିବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ବର୍ଷର ଦ୍ୱିତୀୟ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ କି ନାହିଁ । ଗ୍ରହଣ ଲାଗିବା କାରଣରୁ ଏହି ଦିନ ଅମାବାସ୍ୟା ସହ ଜଡିତ କାର୍ଯ୍ୟ ହୋଇପାରିବ କି ନାହିଁ ଇତ୍ୟାଦି । 

ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ଆଶ୍ବିନ ମାସ ଅର୍ଥାତ  ୨ ତାରିଖରେ ସର୍ବ ପିତୃ ଆମାବାସ୍ୟା ଦିନ ଲାଗିବ । ସୂର୍ଯ୍ୟ ଗ୍ରହଣ ଦିନ ୯ଟା ୧୩ ମିନିଟରେ ଆରମ୍ଭ ହୋଇ ରାତି ୩ଟା ୧୭ ମିନିଟରେ  ଶେଷ ହେବ । ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୬ ଘଣ୍ଟା ୪ ମିନିଟ୍ ହେବ । ରାତିରେ ସୂର୍ଯ୍ୟ ଗ୍ରହଣ ହେବ ଏବଂ ଏହା ଭାରତରେ ଦେଖାଯିବ ନାହିଁ । ଏପରି ପରିସ୍ଥିତିରେ, ସର୍ବ ପିତୃ ଅମାବାସ୍ୟା  ସହିତ ଜଡିତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉ ନ ଥିବାରୁ ଏହାର କୌଣସି ପ୍ରଭାବ ପଡିବ ନାହିଁ। 

ସୂଚନା ଥାଉକି,  ଏପ୍ରିଲ୍ ୮ ରେ ଲାଗିଥିବା ପ୍ରଥମ ସୂର୍ଯ୍ୟ ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହୋଇ ନଥିଲା ଏବଂ ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ମଧ୍ୟ ଭାରତରେ ଦେଖାଯିବ ନାହିଁ । କିନ୍ତୁ ଚନ୍ଦ୍ରଗ୍ରହଣ ଦକ୍ଷିଣ ଆମେରିକାର ଉତ୍ତର ଭାଗରେ ଆର୍କଟିକ୍, ଚିଲି, ପେରୁ, ହନୋଲୁଲୁ, ଆଣ୍ଟାର୍କଟିକା, ଆର୍ଜେଣ୍ଟିନା, ଉରୁଗୁଏ, ବୁଏନୋସ୍ ଆଇର୍ସ ଏବଂ ବେକା ଦ୍ୱୀପ ଆଦି ଅଞ୍ଚଳରେ ଦେଖାଯିବ ଓ ଏହାର ପ୍ରଭାବ ପଡିବ । ଏହା ସହିତ ଅକ୍ଟୋବର ୨ ରେ ଘଟୁଥିବା ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରର କେତେକ ସ୍ଥାନରେ ମଧ୍ୟ ଦେଖାଯିବ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.