ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଗାଜାରେ ନିଜ କର୍ମଚାରୀଙ୍କ ସନ୍ଧାନ କରିପାରୁନି WHO, ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କଲା ନିବେଦନ…

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶନିବାର କହିଛି ଯେ, ଗାଜାର ଅଲ ଶିଫା ହସ୍ପିଟାଲରେ ଏହାର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ ଅସମର୍ଥ ହୋଇଛି । ସୂଚନାଥାଉକି, ଯେ ଉତ୍ତର ଗାଜାର ଅଲ ଶିଫା ହସ୍ପିଟାଲରେ ନିକଟରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲକୁ ବହୁ ସମାଲୋଚନା କରାଯାଇଥିଲା । ହେଲେ ଇସ୍ରାଏଲ ଏହାକୁ ଅସ୍ୱୀକାର କରିଥିଲା ଏବଂ କହିଥିଲା ଯେ, ଏହା ଆତଙ୍କବାଦୀଙ୍କ ଦ୍ୱାରା ହୋଇଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଜାର ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି ଏବଂ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ବନ୍ଦ କରିବାକୁ ନିବେଦନ କରିଛି । ଏହି ଆକ୍ରମଣ ପରଠାରୁ ଅଲ ଶିଫା ଡାକ୍ତରଖାନା କାର୍ଯ୍ୟ କରୁନାହିଁ ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି । WHO ଏହା ଉପରେ ଉଦବେଗ ପ୍ରକାଶ କରି ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଥିଲା । WHO କହିଛି ଯେ ସ୍ୱାସ୍ଥ୍ୟ କର୍ମୀ, ଶିଶୁଙ୍କ ସମେତ ଶହ ଶହ ରୋଗୀ ଏବଂ ଆହତ ରୋଗୀ ଡାକ୍ତରଖାନାରେ ଅଛନ୍ତି । ଆକ୍ରମଣ ପରେ ଅଲ ଶିଫା ହସ୍ପିଟାଲ ଅନ୍ଧକାର ହୋଇ ରହିଛି । 

ଇସ୍ରାଏଲ୍ ସେନା ସିରିଆ ଏବଂ ଲେବାନନରେ ଏୟାର ଷ୍ଟ୍ରାଇକ୍ କରିଛି । ଇସ୍ରାଏଲ୍ ସୈନ୍ୟବାହିନୀ ଲେବାନନରେ ଅନେକ ହିଜବୁଲ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏଥି ସହ ଗାଜା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆବେଦନକୁ ନେଇ ଇସ୍ରାଏଲ୍ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ନୁହେଁ ହାମାସ ଏବଂ ଆଇଏସକୁ ନିନ୍ଦା କରାଯିବା ଉଚିତ । 

 

 

 

Copyright © 2022 - Summa Real Media Private Limited. All Rights Reserved.