ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଥ୍ୟାଙ୍କ ୟୁ ପାକିସ୍ତାନ...’ ଲେଖି ଦେଶ ଛାଡୁଛନ୍ତି ଏୟାର ହୋଷ୍ଟେସ୍‌, କାନାଡାରେ ୯ ଜଣ ନିଖୋଜ

ଇସଲାମାବାଦ,୨୮।୨: ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ କ୍ରୁ ମେମ୍ବର ନିଖୋଜ ଅଛନ୍ତି। ରିପୋର୍ଟ ଅନୁସାରେ, ସେ ବିମାନରେ ଡ୍ୟୁଟିରେ ଥିଲେ, କିନ୍ତୁ କାନାଡାରେ ଲ୍ୟାଣ୍ଡିଂ ପରେ ତାଙ୍କର କୌଣସି ଖବର ନହିଁ। ମଙ୍ଗଳବାର ଡନ୍‌ରେ ପ୍ରକାଶିତ ଖବର ଖବର ଅନୁସାରେ, ଏୟାର ହୋଷ୍ଟେସ୍‌ ମାରିୟମ୍ ରଜା ପିଆଇଏର ଫ୍ଲାଇଟ୍‌ ପିକେ-୭୮୨ ରେ ଇସ୍ଲାମାବାଦରୁ ବାହାରିଥିଲେ। ଏହାପରେ ଯେତେବେଳେ ଅଥରିଟି ମରିୟମ ରଜାଙ୍କୁ ଖୋଜିଥିଲା ହୋଟେଲରେ ପହଁଞ୍ଚିଥିଲା। ସେଠାରୁ ତାଙ୍କ ବ୍ୟାଗ୍ ମିଳିଥିଲା। ବ୍ୟାଗ୍ ଖୋଲି ଦେଖିବା ପରେ ଏୟାରହୋଷ୍ଟେସ୍‌ଙ୍କ ଡ୍ରେସ୍ ମିଳିଥିଲା ଓ ତା ସହିତ ଏକ ନୋଟ୍ ମଧ୍ୟ ମିଳିଥିଲା। 

ଏହି ନୋଟ୍‌ରେ କେବଳ ଏତିକି ଲେଖା ଥିଲା,ଥ୍ୟାଙ୍କୟୁ , ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ।’ ପାକିସ୍ତାନ ସରକାରୀ ଏୟାରଲାଇନ୍ସ କମ୍ପାନୀ ମରିୟମ ରଜା ପ୍ରାୟ ୧୫ ବର୍ଷ ବେ କାମ କରୁଛନ୍ତି। ତାଙ୍କୁ ବର୍ତ୍ତମାନ ଇସଲାମାବାଦରୁ ଟରୋଣ୍ଟୋର ବିମାନରେ ଡ୍ୟୁଟିରେ ଲଗାଯାଇଥିଲା। ଏୟାର ଲାଇନ୍‌ର ମୁଖପାତ୍ର କହିଛନ୍ତି, ଚଳିତ ବର୍ଷ ଏହା ଦ୍ବିତୀୟ ଘଟଣା, ଯେତେବେଳେ ଏୟାରହୋଷ୍ଟେସ୍ ପାକିସ୍ତାନରୁ କାନାଡା ଯାଇ ନିଖୋଜ ହୋଇଯାଇଥିଲେ। କେବଳ ସେତିକି ନୁହେଁ ଗତ ଏକ ବର୍ଷରେ ଏହା ନବମ ଘଟଣା। ଏଭଳି ମାମଲାରେ ପାକିସ୍ତାନ ଏୟାରଲାଇନ୍ସ ମଧ୍ୟ ଚକିତ ଅଛି। 

ବିଶେଷଜ୍ଞଙ୍କ ମତରେ ବୋଧହୁଏ ମରିୟମ ରାଜା ଏବେ କାନାଡାରେ ରହିବାର ଯୋଜନା କରୁଛନ୍ତି। ଏଭଳି ସ୍ଥିତିରେ ସେ କାନାଡାରେ ରହିଯାଇଛନ୍ତି ଓ ଏକ ଚିଠି ଲେଖି ପାକିସ୍ତାନୀ ଏୟାରଲାଇନ୍ସକୁ ଥ୍ୟାଙ୍କ ୟୁ କହି ବାହାରି ଯାଇଛନ୍ତି। କେବଳ ମରିୟମ ନୁହନ୍ତି ପୂର୍ବରୁ ଏଭଳି ସମାନ ମାମଲା ଦେଖିବାକୁ ମିଳିଛି।  ବିଶେଷଜ୍ଞଙ୍କ ମତରେ ଏଭଳି ଏଥିପାଇଁ ହେଉଛି, କାରଣ କାନାଡାରେ ଶରଣାର୍ଥୀ ନୀତି ଖୁବ୍ ସହଜ। କାନାଡରେ କୌଣସି ଦେଶ ଭିତରେ ପଶି ଶରଣାର୍ଥୀ ଆବେଦନ କରିପାରନ୍ତି। ଏଭଳି ଲୋକ କାନାଡାରେ ରହିବାକୁ ଲାଗୁଛନ୍ତି। ଏଭଳି ଗତ ବର୍ଷ ୭ ଟି ଓ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨ଟି ମାମଲା ପାକିସ୍ତାନରେ ସାମନାକୁ ଆସିଛି। ଏବେ ସେମାନେ କାନାଡାରେ ରହୁଥିବା ବେଳେ ତାଙ୍କ ସାଙ୍ଗ ସାଥୀଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି କିଭଳି ପାକିସ୍ତାନ ଛାଡି ସେଠାରେ ରହିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.