ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପାରିବାରିକ କଳହର କରୁଣ ପରିଣତି : ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବୌଦ୍ଧ,୩।୪ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୃନ୍ଦାବନ ଗ୍ରାମ ଟିକିରାସାହିରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଜୀବନ ହାରିଲେ ସ୍ତ୍ରୀ । ମୃତକ ଜଣକ ହେଲେ ଅମ୍ବୁତି ନାଗ । ଅଭିଯୁକ୍ତ ସ୍ବାମୀ ସନାତନ ନାଗ   ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ  ପହଞ୍ଚି ତଦନ୍ତ ଜାରି ରଖିଛି। 

ସୂଚନା ଅନୁଯାୟୀ ବୃନ୍ଦାବନ ଗ୍ରାମର ଟିକିରା ସାହିର ସନାତନ ନାଗ ଏବଂ ତାଙ୍କ ସ୍ତ୍ରୀ ଅମ୍ବୁତୀ ନାଗ ଙ୍କ ମଧ୍ୟରେ ପ୍ରତ୍ୟେକ ସମୟରେ ବଚସା ଲାଗି ରହିଥିଲା । ତେବେ ବୁଧବାର  ସକାଳେ ମଧ୍ୟ ଉଭୟ ଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ସାମାନ୍ୟ ବଚସା ଧୀରେ ଧୀରେ ଉଗ୍ରରୂପ ନେବା ଫଳରେ ସ୍ବାମୀ ଜଣକ ଘରେ ଥିବା ଏକ ଟାଙ୍ଗିଆ ରେ ନିଜ ସ୍ତ୍ରୀ ବେକକୁ ହାଣି ହତ୍ୟା ଦେଇଥିଲା। ଘଟଣାସ୍ଥଳରେ   ଅମ୍ବୁତୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଟାଙ୍ଗିଆକୁ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.