ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଗଡ଼ିଶାଗୋଦାରେ ଚାଞ୍ଚଲ୍ୟ: ଅଖା ଭିତରେ ଯୁବତୀଙ୍କ ହାତବନ୍ଧା ମୃତଦେହ, ପରିଚୟ ଖୋଜୁଛି ପୋଲିସ

ପୁରୀ,୧୪/୦୯: ପୁରୀ ଜିଲ୍ଲା  କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ  ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ  ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ  ମିଳିନଥିବା ବେଳେ ପୁଲିସ୍‌  ଘଟଣାର ତଦନ୍ତ ଜାରି  ରଖିଛି। 

ରାତି ପ୍ରାୟ ସାଢ଼େ ୮ଟା  ବେଳେ ସ୍ଥାନୀୟ ଲୋକେ ନଦୀକୁ ଶୌଚ ପାଇଁ  ଯିବାବେଳେ ଏକ ଜରି ଅଖା ଦେଖିଥିଲେ । ପାଖକୁ ଯିବାରୁ ଦୁର୍ଗନ୍ଧ ବାହାରି ଥିଲା । ଯାହାକୁ  ନେଇ ଲୋକେ ସନ୍ଦେହ  କରିଥିଲେ । ଏନେଇ ପୁଲିସ୍‌କୁ ଜଣାଇ  ଥିଲେ । ଗଡ଼ିଶାଗଦା ଥାନା ଅଧିକାରୀ ସଞ୍ଜୟ  କୁମାର ନାୟକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଅଖା ଜବତକରି ଉପରକୁ  ଆଣି ଖୋଲିବା ପରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀଙ୍କ ବୟସ ଆନୁମାନିକ ୩୦  ବର୍ଷ ହେବ । ସେ ଏକ ୱାନ୍‌ ଥାର୍ଡ  ପ୍ୟାଣ୍ଟ ସହ ଅନ୍ତବସ୍ତ୍ର ପିନ୍ଧିଥିଲେ । ଓଢ଼ଣୀ ପକାଇଥିଲେ । ଯୁବତୀଙ୍କୁ ଏକ  ବେଡ୍‌ସିଟ୍‌ରେ ଗୁଡ଼ାଇ ଜରି ଅଖାରେ ଭର୍ତ୍ତି  କରାଯାଇଥିଲା । ହାତକୁ ପ୍ଲାଷ୍ଟିକ୍‌ ରଶିରେ  ବନ୍ଧା ଯାଇଥିଲା । ରିପୋର୍ଟ ଲେଖା ହେବା  ପର୍ଯ୍ୟନ୍ତ ଏନେଇ ଥାନାରେ କେହି ଏତଲା  ଦେଇନଥିଲେ । ଶବଟି ନଦୀ କୂଳରେ  ରଖାଯାଇଛି । ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି  ତଦନ୍ତ କରିବା ପରେ ଶବକୁ ବ୍ୟବଚ୍ଛେଦ ଲାଗି ପଠାଯିବ ବୋଲି ପୁଲିସ୍‌ କହିଛି । 

Copyright © 2022 - Summa Real Media Private Limited. All Rights Reserved.