ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, EPF ଓ ESIରେ ପଞ୍ଜିକୃତ କରାଇବାକୁ ଦାବି

ଭୁବନେଶ୍ଵର, ୧୧/୦୯ : ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି ଦିଆଯାଇଛି। ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକରୀ। ଏହାଶହ ପ୍ରତ୍ୟେକ କର୍ମଚାରୀଙ୍କୁ EPF ଓ ESIରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନକରାଇବା, ଦୁର୍ଗା ପୂଜାରେ ବୋନସ ଦେବା ଭଳି ବିଭିନ୍ନ ଦାବୀ ନେଇ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏନେଇ କହିଛନ୍ତି ଯେ, ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ । ତାଙ୍କର ମୌଳିକ ଦାବୀଗୁଡିକ ଆମେ ମାନି ନେଇଛୁ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ଏକ କମ୍ପାନୀ ଟେଣ୍ଡର ନେଇଛନ୍ତି । ସଫେଇ, ସିକ୍ୟୁରିଟି ଏବଂ ଆଟେଣ୍ଡାନ୍ସ ପାଇଁ ଏହି କମ୍ପାନୀ ଟେଣ୍ଡର ନେଇଛି । ନିୟମ ଅନୁଯାୟୀ ଆମେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲୁ । ଯେତିକି ସଫେଇ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ କାମ କରୁଥିଲେ ସମସ୍ତେ କାମ ପାଇବେ । କାହାକୁ ଛଟେଇ କରାଯିବା ନାହିଁ । Epf ଏବଂ esi ରେ ମଧ୍ୟ କୌଣସି ଅସଙ୍ଗତି ରହିବ ନାହିଁ । ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟାକି ସମ୍ଭବପର ନୁହେଁ। ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ଫଳରେ ଚିକିତ୍ସାରେ ମଧ୍ୟ ବାଧା ଉପୁଜୁଛି।


PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.