ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବିଶ୍ୱ ଅଟିଜମ୍‌ ସଚେତନତା ଦିବସ, ଏ ବର୍ଷର ଥିମ୍‌ ‘ଅଟିଷ୍ଟିକ୍‌ ସ୍ୱରଗୁଡ଼ିକୁ ସଶକ୍ତ କରିବା’

ନୂଆଦିଲ୍ଲୀ ୦୨/୦୪: ଅଟିଜମ୍‌ ଭଳି ଏକ ଜୀବନବ୍ୟାପୀ ସ୍ନାୟବିକ ବିକାର ବିଷୟରେ ସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ ଏପ୍ରିଲ ୨ ତାରିଖରେ ଅନ୍ତର୍ଜାତୀୟ ସ୍ତରରେ ପାଳିତ ହୁଏ ବିଶ୍ୱ ଅଟିଜମ୍‌ ସଚେତନତା ଦିବସ । ଅଟିଜମ୍‌ ଏକ ସ୍ପେକ୍ଟ୍ରମ୍‌ ବିକାର, ଯାହା ଯୋଗାଯୋଗ ଓ ସାମାଜିକ ସମ୍ପର୍କକୁ ପ୍ରଭାବିକ କରେ । ଲିଙ୍ଗ, ଜାତି କିମ୍ବା ସାମାଜିକ ଓ ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସମସ୍ତେ ଏହାର ଶିକାର ହୋଇପାରନ୍ତି । ସାମାଜିକ ଉଦ୍‌ବେଗ, ଭୟ ଓ ଧ୍ୟାନ କେନ୍ଦ୍ରିତ କରିବାରେ ଜଟିଳତା ଅଟିଜମ୍‌ର ଲକ୍ଷଣ ହୋଇପାରେ । ଏହା ବ୍ୟକ୍ତିର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର କାରଣ ହୋଇପାରେ । ଅଟିଜମ୍‌ ପୀଡ଼ିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପଦକ୍ଷେପ ନେବା ପାଇଁ ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏହା ଉତ୍ସାହିତ କରିଥାଏ । କାତାରରୁ ଜାତିସଂଘ ପ୍ରତିନିଧି ମୋଜା ବିନ୍‌ତ ନସେଲ ଅଲ୍‌ ମିସ୍‌ନେଡ୍‌ ଏହି ଦିବସର ପ୍ରସ୍ତାବ ଦେଇଥିଲେ । ଏହାକୁ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରର ସମର୍ଥନ ମିଳିଲା । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ଅଟିଷ୍ଟିକ୍‌ ସ୍ୱରଗୁଡ଼ିକୁ ସଶକ୍ତ କରିବା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.