ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୧୯ ବର୍ଷୀୟା ଡେଓଲିରା, ବିଶ୍ୱର ସବୁଠୁ ବୟସ୍କ ମହିଳା ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ ୨୦/୦୩: ବ୍ରାଜିଲର ଡେଓଲିରା ଗ୍ଲିସେରିୟା ପେଡ୍ରୋ ଡି ସିଲ୍‌ଭାଙ୍କ ସଂପର୍କରେ ଏବେ ସବୁଆଡ଼େ ଖୁବ୍‌ ଚର୍ଚ୍ଚା । ୧୯୦୫ ମସିହା ମାର୍ଚ୍ଚ ୧୦ରେ ତାଙ୍କର ଜନ୍ମ । ସେ ହିସାବରେ ଦେଖିବାକୁ ଗଲେ ତାଙ୍କର ବୟସ ୧୧୯ ବର୍ଷ । ନିଜ ଦେଶରେ ତାଙ୍କୁ ଶ୍ରଦ୍ଧାରେ ‘ଗୋଲ୍‌ଡେନ୍‌ ଓଲ୍ଡି’ ବୋଲି କୁହାଯାଇଥାଏ । ଏବେ ସେ ନିଜର ପୂରା ପରିବାର ସହିତ ଇଟାପେରୁନାରେ ରହୁଛନ୍ତି । ଏହା ରିୟୋର ଉପନଗରୀୟ ଅଞ୍ଚଳ । ଡେଓଲିରା ଦୁଇଟିଯାକ ବିଶ୍ୱଯୁଦ୍ଧ ଦେଖିଛନ୍ତି । 

ବ୍ରିଟେନ୍‌ର ଖବରକାଗଜ ‘ଦ ସନ୍‌’ ଅନୁସାରେ, ତାଙ୍କ ନିକଟରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପରିଚୟ ପତ୍ର(ଆଇଡି କାର୍ଡ) ରହିଛି । ତେଣୁ ତାଙ୍କର ଜନ୍ମ ତାରିଖ ନେଇ ସନ୍ଦେହ କରାଯିବା କଥା ନୁହେଁ । ଇତିମଧ୍ୟରେ ସାଓ ପାଓଲୋ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ହ୍ୟୁମାନ୍‌ ଜିନୋମ୍‌ ଆଣ୍ଡ ଷ୍ଟେମ୍‌ ସେଲ୍‌ସ ବିଭାଗର ଏକ ଟିମ୍‌ ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ସଂପର୍କରେ ଅଧ୍ୟୟନ କରୁଛନ୍ତି । ଡେଓଲିରାଙ୍କ ଅଣନାତୁଣୀ କହିଛନ୍ତି, ଆମ ପରିବାର ଲୋକେ ମିଳିମିଶି ତାଙ୍କର ଯତ୍ନ ନେଇଥାଉ । ୧୧୯ ବର୍ଷର ହୋଇ ମଧ୍ୟ ସେ ଖୁବ୍‌ ସକ୍ରିୟ ଅଛନ୍ତି । ଏବେ ବି ସେ ଘୁଷୁରୀ ଓ କୁକୁଡ଼ାଙ୍କର ଧ୍ୟାନ ରଖୁଛନ୍ତି । ସପୁରୀକୁ ଛାଡ଼ି ସେ ଆଉ ସବୁ ଫଳ ଖାଉଛନ୍ତି । ସପୁରୀ ଖାଇଲେ ତାଙ୍କୁ ଆଲର୍ଜି ହୋଇଥାଏ । ଏପରିସ୍ଥଳେ ମୋତେ ଲାଗୁଛି ସେ ୧୩୦ ବର୍ଷ ଯାଏ ବଞ୍ଚିବେ । ତାଙ୍କ ରେକର୍ଡ ଆଉ କେହି ଭାଙ୍ଗି ପାରିବେ ନାହିଁ ବୋଲି ମୋର ବିଶ୍ୱାସ । 

ତେବେ ଡେଓଲିରାଙ୍କ ଭାଇଭଉଣୀଙ୍କ ମଧ୍ୟରୁ କେହି ବଞ୍ଚିନାହାନ୍ତି । ତାଙ୍କର ନିଜର ୭ ପିଲାଙ୍କ ମଧ୍ୟରୁ ୪ ପିଲାଙ୍କର ମୃତ୍ୟୁ ହୋଇସାରିଛି । ଏବେ ସୁଦ୍ଧା ତାଙ୍କର ୨୦ ଜଣ ନାତି-ନାତୁଣୀ ଥିବାବେଳେ ୪୦ ଅଣନାତିନାତୁଣୀ ଅଛନ୍ତି । ଅଣନାତି-ଅଣନାତୁଣୀମାନଙ୍କର ବି ୩୭ ଜଣ ପିଲା ରହିଛନ୍ତି । ତାଙ୍କୁ ବିଶ୍ୱର ସବୁଠୁ ବୟସ୍କା ମହିଳା ଭାବେ ମାନ୍ୟତା ଦେବାକୁ ତାଙ୍କ ପରିବାର ଏବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ ସ୍ଥାପନ କରୁଛନ୍ତି । ସୂଚନାଥାଉକି, ବର୍ତ୍ତମାନ ବିଶ୍ୱର ସବୁଠୁ ବୟସ୍କା ମହିଳା ହେବାର ରେକର୍ଡ ୧୧୭ ବର୍ଷୀୟା ମାରିୟା ବ୍ରାୟନ୍ସ ମୋରେରାଙ୍କ ନାମରେ ରହିଛି । ତାଙ୍କର ଜନ୍ମ ଆମେରିକାରେ ହୋଇଥିବାବେଳେ ଏବେ ସେ ସ୍ପେନ୍‌ରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.