ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସୁପର ସଣ୍ଡେରେ ଡବ୍ଲ୍ୟୁପିଏଲ୍‌ ଫାଇନାଲ ଫାଇଟ୍: ପ୍ରଥମ ଟାଇଟଲ ଲକ୍ଷରେ ମନ୍ଧନାଙ୍କ ଆରସିବି ବାହିନୀ, ଟକ୍କର ଦେବେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭/୦୩: ଚଳିତ ମହିଳା ପ୍ରିମିୟର ଲିଗ୍‌ ଫାଇନାଲରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପରସ୍ପରକୁ ଭେଟିବେ । କ୍ୟାପିଟାଲ୍ସ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ କରି ଫାଇନାଲ୍‌ ଖେଳିବାକୁ ଯାଉଛି । ସୀମିତ ସମୟ ମଧ୍ୟରେ ଅଗଣିତ ସମର୍ଥକ ସୃଷ୍ଟି କରିଥିବା  ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ସବୁ  କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଚାମ୍ପିଅନ୍‌  ହେବାକୁ ପ୍ରୟାସ କରିବ ।  । ମାତ୍ର  ରୟାଲ୍‌ ଚ୍ୟାଲେଞ୍ଜର୍ସର ସ୍ୱପ୍ନର ଯାତ୍ରାରେ  ପୂର୍ଣ୍ଣଛେଦ ପକାଇବା ପାଇଁ ଦୁଦ୍ଦର୍ଷ ଦିଲ୍ଲୀ  କ୍ୟାପିଟାଲ୍ସ ଅପେକ୍ଷା କରି ରହିଛି ।  

ମେଗ ଲ୍ୟାନିଂଙ୍କ ନେତୃତ୍ୱାଧୀନ  କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିଲା । ଏଥର ଦଳ ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ  କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ସିଧା ସଳଖ  ଫାଇନାଲ୍‌ରେ ପ୍ରବେଶ କରିଥିଲା ।  




ଫାଇନାଲ୍‌ରେ ପହଞ୍ଚିବା ପାଇଁ  ରୟାଲ ଚ୍ୟାଲେଞ୍ଜର୍ସକୁ ବହୁ ସଂଘର୍ଷ  କରିବାକୁ ପଡ଼ିଥିଲା । ଶେଷରେ ମୁମ୍ବାଇ  ଇଣ୍ଡିଆନ୍ସକୁ ଏଲିମିନେଟର ମୁକାବିଲାରେ  ହରାଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ଅପେକ୍ଷାର  ଅନ୍ତ ଘଟାଇଥିଲା । ଆଉ ମାତ୍ର ଗୋଟିଏ  ମ୍ୟାଚ ଜିତିଲେ ଟାଇଟଲ । ସ୍ମୃତି ମନ୍ଧନାଙ୍କ  ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ପ୍ରଶଂସକମାନେ ମଧ୍ୟ ଦଳ ସହ ରହିଛନ୍ତି ।  

ମନ୍ଧନାଙ୍କ ବ୍ୟାଟିଂ ଦେଖିବାକୁ  ଭାରତୀୟ କ୍ରିକେଟ୍‌ ପ୍ରେମୀ ଉତ୍ସୁକତାର  ସହ ଅପେକ୍ଷା କରିଛନ୍ତି । ମାତ୍ର ଦଳ  ନିର୍ଭର କରୁଛି ଏଲିସ ପେରୀ ଓ ରିଚା ଘୋଷଙ୍କ ଉପରେ । ପେରୀଙ୍କ  ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ଆଜି ଫାଇନାଲ୍‌ରେ  ପହଞ୍ଚିଛି କହିଲେ ଭୁଲ ହେବ ନାହିଁ ।  

କ୍ୟାପିଟାଲ୍ସ ଦଳର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଅଧିନାୟିକା ଲ୍ୟାନିଂଙ୍କ  ସମେତ ସେଫାଳି ବର୍ମା ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ମାତ୍ର ଦର୍ଶକଙ୍କ ନଜର ଜେମିମା ରୋଡ୍ରିଗ୍ସଙ୍କ ଉପରେ  ରହିବ । ମୋଟ୍‌ ଉପରେ ଦେଖିବାକୁ ଗଲେ ଲ୍ୟାନିଂ ଓ ପେରୀଙ୍କ ମଧ୍ୟରେ  କଡ଼ା ମୁକାବିଲା ଦେଖିବାକୁ ମିଳିବ । ପେରୀ ୩୧୨ ରନ୍‌ ଓ ଲ୍ୟାନିଂ ୩୦୮  ରନ୍‌ ସଂଗ୍ରହ କରିସାରିଛନ୍ତି । ଫାଇନାଲ୍‌ ମୁକାବିଲା ଜରିଆରେ ଉଭୟ ଅରେଞ୍ଜ କ୍ୟାପ୍‌ ପାଇଁ ଲଡେଇ କରିବେ ।  

ଟସ୍‌ ଜିତିଲେ ବ୍ୟାଟିଂ: ଅରୁଣ  ଜେଟଲି ଷ୍ଟାଡିୟମ୍‌ର ଛୋଟ ବାଉଣ୍ଡାରୀ  ଓ ଦ୍ରୁତ ଆଉଟ୍‌ ଫିଲ୍ଡ ବିଶାଳ ସ୍କୋରକୁ  ନିମନ୍ତ୍ରଣ କରିବ । ଫାଇନାଲ୍‌ ମ୍ୟାଚ୍‌  ପାଇଁ ପ୍ରସ୍ତୁତ ହୋଇଥିବା ପିଚ୍‌ ମଧ୍ୟ  ବ୍ୟାଟରଙ୍କ ସହାୟତା କରିବ । ଏଠାରେ  ପ୍ରଚୁର ରନ୍‌ ସଂଗ୍ରହ ହୋଇପାରିବ ।  ମାତ୍ର ଟସ ବିଜୟୀ ଦଳ ଏଠାରେ  ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି । କାରଣ  ଏଠାରେ କାକର ସମ୍ଭାବନା କମ୍‌  ଥିବାରୁ ଦ୍ୱିତୀୟ ଭାଗରେ ସ୍ପିନରମାନେ  ପିଚ୍‌ର ଫାଇଦା ଉଠାଇ ପାରିବେ । 

ସମ୍ଭାବ୍ୟ ଦଳ

ରୟାଲ୍‌ ଚ୍ୟାଲେଞ୍ଜର୍ସ : ସ୍ମୃତି  ମନ୍ଧନା(ଅଧିନାୟିକା), ସୋଫି  ଡିଭାଇନ, ଏସ ମେଘନା, ଏଲିସ  ପେରୀ, ରିଚା ଘୋଷ, ସୋଫି  ମିଲେନକ୍ସ, ଜର୍ଜିୟା ୱାରେହାମ,  ଶ୍ରେୟଙ୍କା ପାଟିଲ, ଆଶା ଶୋଭନା,  ଶ୍ରଦ୍ଧା ପୋଖରକର, ରେଣୁକା  ଠାକୁର । 

ଦିଲ୍ଲୀ କ୍ୟାପିଟାଲ୍ସ: ମେଗ  ଲ୍ୟାନିଂ(ଅଧିନାୟିକା), ସେଫାଳି  ବର୍ମା, ଆଲିସ କ୍ୟାପ୍‌ସି, ଜେମିମା  ରୋଡ୍ରିଗ୍ସ, ମାରାଜେନ କାପ, ଜେନ ଜନାସେନ, ରାଧା ଯାଦବ, ଅରୁନ୍ଧତି  ରେଡ୍ଡୀ, ତାନିୟା ଭାଟିଆ, ଶିଖା  ପାଣ୍ଡେ, ମିନୁ ରାଣୀ/ଟିଟାସ ସାଧୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.