ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

କ୍ୱାକ୍‌ର ଭୁଲ୍‌ ଇଞ୍ଜେକସନ୍‌ରୁ ଜଣେ ମୃତ ! ମୁରିବାହାଲ ଥାନାରେ ମାମଲା ରୁଜୁ

ବଲାଙ୍ଗିର,୨୦/୧୧: କ୍ୱାକ୍‌ର ଭୁଲ୍‌ ଇଞ୍ଜେକସନ୍‌ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକଜଣକ ହେଲେ ମୁରିବାହାଲ ବ୍ଲକ ଚଣାବାହାଲ ଗ୍ରାମର ଶିବ ମହାନନ୍ଦ । ଏନେଇ ମୁରିବାହାଲ ଥାନାରେ ଏକ ମାମଲା ରୁଜୁହୋଇ ତଦନ୍ତ ଚାଲିଛି । 

ସୂଚନାମତେ, ରବିବାର ସକାଳେ ଶିବ ତାଙ୍କ ଘରେ ଟାଙ୍ଗିଆରେ କାଠ ହାଣୁଥିଲେ ।  ଅସାବଧାନତା ବଶତଃ ତାଙ୍କ ବାମଗୋଡ଼ରେ ଆଘାତ ଲାଗିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହାପରେ ପରିବାର ଲୋକେ ବାଗବାହାଲି ଗାଁର କ୍ୱାକ୍‌((ନକଲି ଚିକିତ୍ସକ) ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ । ସେ ଘରକୁ ଆସି ଶିବଙ୍କୁ ଏକ ଇଞ୍ଜେକ୍‌ସନ ଦେଇଥିଲେ । ଇଞ୍ଜେକ୍‌ସନ ନେବା ପରେ ଶିବ ଅଚେତ ହୋଇପଡ଼ିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ସହ ମୃତ୍ୟୁ ଘଟିଥିଲା । ଏଭଳି ଅବସ୍ଥା ଦେଖି ପ୍ରମୋଦ ଭୟରେ ସେଠାରୁ ଫେରାର ହୋଇଯାଇଥିଲା । ଅନ୍ୟପକ୍ଷେ ପରିବାର ଲୋକେ ଶିବଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

କ୍ୱାକ୍‌ର ଭୁଲ ଇଞ୍ଜେକସନ ଯୋଗୁଁ ଶିବଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୁଲିସ କିମ୍ବା ସଂପୃକ୍ତ କ୍ୱାକ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରକାଶ ଥାଉକି, ମୁରିବାହାଲର ବିଭିନ୍ନ ଗ୍ରାମାଞ୍ଚଳରେ କ୍ୱାକମାନେ ଘରଘର ବୁଲି ଲୋକଙ୍କ ଚିକିତ୍ସା କରୁଛନ୍ତି । ଏପରିକି ରୋଗୀଙ୍କୁ ଇଞ୍ଜେକ୍‌ସନ ଏବଂ ଔଷଧ ବି ଦେଉଛନ୍ତି । ଅଣତାଲିମପ୍ରାପ୍ତ ଓ ଡାକ୍ତରୀ ବିଦ୍ୟା ସମ୍ପର୍କରେ ଅନଭିଜ୍ଞ ବ୍ୟକ୍ତିମାନେ ଏଭଳି ରୋଗୀ ଚିକିତ୍ସା କରୁଥିବାରୁ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.