ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ୟାମି ଗୌତମ

ମୁମ୍ବାଇ,୨୧/୫:ମାଆ ହେଲେ ବଲିଉଡର ଅଭିନେତ୍ରୀ ୟାମୀ ଗୌତମ ମାଆ। ଗତକାଲି ଅଭିନେତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଅଭିନେତ୍ରୀ ଏହାକୁ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସେୟାର କରିଛନ୍ତି । ଏଥିସହ ସେ ନିଜ ପୁଅର ନାମକୁ ମଧ୍ୟ ପ୍ରକାଶ କରିଛନ୍ତି । ସେ ତାଙ୍କ ପୁଅର ନାଁ 'ବେଦବିଦ'ରଖିଛନ୍ତି । ଏହି ଖବର ଶୁଣିବା ପରେ ଅଭିନେତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ୟାମୀ ଗୌତମ ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ଧର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ତାଙ୍କର ପ୍ରଥମ ସନ୍ତାନ କେବେ ହୋଇଥିଲା ଏବଂ ଏହାର ନାମ କ’ଣ ଏବଂ ପୁଅର ନାମର ଅର୍ଥ କ’ଣ ? ସେ କହିଛନ୍ତି, ''ଅକ୍ଷୟ ତୃତୀୟା ଦିନ ଅର୍ଥାତ୍ ମେ ୧୦ରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଅଭିନେତ୍ରୀ ଜଣାଇଛନ୍ତି ଯେ ତାଙ୍କ ପୁଅର ନାମ ବେଦବିଦ, ଯାହାର ଅର୍ଥ ହେଉଛି ଯିଏ ବେଦକୁ ଭଲଭାବେ ଜାଣନ୍ତି । ତେବେ ଆପଣ ମୋ ପୁଅ ଉପରେ ଆଶୀର୍ବାଦ କରନ୍ତୁ ।'' ଏଥିସହ ସେ ହସ୍ପିଟାଲ ଷ୍ଟାଫଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଆୟୁଷ୍ମାନ ଖୁରାନା,ମୃଣାଳ ଠାକୁର ଏବଂ ନେହା ଧୁପିୟା ସମେତ ଅନେକ ବଲିଉଡ ଷ୍ଟାର ୟାମୀ ଏବଂ ଆଦିତ୍ୟଙ୍କ ଶିଶୁ ପାଇଁ ଶୁଭକାମନା କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.