ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

୫୦୦ କର୍ମଚାରୀ ଛଟେଇ କଲା ୟେସ୍‌ ବ୍ୟାଙ୍କ, ଆଗାମୀ ଦିନରେ ଆହୁରି କର୍ମଚାରୀଙ୍କୁ କାଢ଼ିବାକୁ ଯୋଜନା

Published By : Prameya | June 27, 2024 12:41 PM

ନୂଆଦିଲ୍ଲୀ,୨୭/୦୬: ଘରୋଇ ୟେସ୍‌ ବ୍ୟାଙ୍କ ଏହାର ଖର୍ଚ୍ଚକାଟ ଅଭିଯାନ ଅନ୍ତର୍ଗତ ୫୦୦ କର୍ମଚାରୀଙ୍କୁ  ଛଟେଇ କରିଛି । ଆଗାମୀ ଦିନରେ ଆହୁରି କର୍ମଚାରୀଙ୍କୁ  କାଢ଼ିବା ପାଇଁ କମ୍ପାନି ଯୋଜନା ରଖିଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ହୋଲ୍‌ସେଲ୍‌ରୁ  ରିଟେଲ ପର୍ଯ୍ୟନ୍ତ ବର୍ଗରେ ଛଟେଇ କରାଯାଇଛି । ଶାଖା  ବ୍ୟାଙ୍କିଙ୍ଗ୍‌ ସେଗ୍‌ମେଣ୍ଟରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିବା ସୂଚନା ମିଳିଛି। ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ  ସେଭେରାନ୍ସ ପେ’ ଭାବେ ୩ ମାସର ଦରମା ପ୍ରଦାନ  କରାଯାଇଛି । 

ସୂଚନା ଅନୁସାରେ, ବ୍ୟାଙ୍କ ଏକ ଆଭ୍ୟନ୍ତରୀଣ  ପୁନଃ ସଂରଚନା ଅଭିଯାନ ଆରମ୍ଭ କରିଛି । ଏହା ଅନ୍ତର୍ଗତ  ବର୍ତ୍ତମାନ ସୁଦ୍ଧା ୫୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।  ଆଗାମୀ ସପ୍ତାହଗୁଡ଼ିକରେ ଆହୁରି ଛଟେଇ କରାଯାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.