ମୋହନା ୨୫/୦୩: ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ଗତ ମଙ୍ଗଳବାର ବିବାହ ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପ୍ରଶାନ୍ତ ପ୍ରଧାନଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀହରି ପ୍ରଧାନଙ୍କ ସମେତ ସହଯୋଗୀ ତଥା ତାଙ୍କ ଭାଇ କୃଷ୍ଣ ଅର୍ଜୁନ ପ୍ରଧାନକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଆର. ଉଦୟଗିରି ସବ୍ ଜେଲ୍କୁ ପଠାଇ ଦିଆଯାଇଛି ।
ପ୍ରଶାନ୍ତ ଆଉ ଫେରିଲେନି.. ଅପେକ୍ଷାରେ ସୋନାଙ୍କ ଆଖିରୁ ଶୁଖୁନି ଲୁହ...
ଅନ୍ୟପଟେ ହତ୍ୟା ଘଟଣାକୁ ପ୍ରତିବାଦ କରି ରାସ୍ତାରୋକ, ଗାଡି ଏବଂ ଘର ପୋଡ଼ି ଘଟଣାରେ ୨୫ରୁ ଊଦ୍ଧ୍ୱର୍ ସ୍ଥାନୀୟ ଲୋକଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ । ଗୁରୁବାର ମୋହନା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ ସେଠୀ । ୫ ବର୍ଷ ତଳର ଏକ ଘଟଣାର ପ୍ରତିଶୋଧ ପରାୟଣ ହୋଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ଥାନା ଅଧିକାରୀ କହିଛନ୍ତି । ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ମଙ୍ଗଳବାର ଚନ୍ଦ୍ରଗିରିରେ ଜଣେ ଯୁବକଙ୍କ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଶାନ୍ତଙ୍କୁ ଗ୍ରାମର ଶ୍ରୀହରି ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ହତ୍ୟା ଘଟଣାରେ ସହଯୋଗ କରିଥିବା ଅଭିଯାଗରେ ତାଙ୍କ ବଡ଼ ଭାଇ କୃଷ୍ଣ ଅର୍ଜୁନଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥିସହ ଗ୍ୟାରେଜ ପାଖରୁ ହତ୍ୟାରେ ବ୍ୟବହାର ଛୁରି ଜବତ କରିଛି ପୁଲିସ ।