ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଲୋକସଭାରେ ବିରୋଧୀ ଦଳର ନେତା ହୋଇ ପାରନ୍ତି ରାହୁଲ ଗାନ୍ଧୀ ! କଂଗ୍ରେସ ୱାର୍କିଂ କମିଟିରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ- କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା କରିବାକୁ ନେଇ ପ୍ରସ୍ତାବ ପାରିତ କରିଛି। ସଙ୍ଗଠନର ପ୍ରଭାରୀ ପାର୍ଟି ମହାସଚିବ କେସି ଭେନୁଗୋପାଳ ଶନିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି , ସିଡବ୍ଲୁସି ସର୍ବସମ୍ମତି କ୍ରମେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର  ଭୂମିକା ତୁଲାଇବାକୁ ଅପିଲ କରିଛି। ସଂସଦ ଭିତରେ ଏହି କ୍ୟାମ୍ପେନକୁ ଲିଡ୍‌ କରିବା ପାଇଁ ରାହୁଲ ଜୀ ସବୁଠୁ ଉଚିତ୍‌ ବ୍ୟକ୍ତି। 

ଭେନୁଗୋପାଳଙ୍କୁ ପଚରାଯାଇଥିଲା କି ଉକ୍ତ ପ୍ରସ୍ତାବକୁ ନେଇ ରାହୁଲ ଗାନ୍ଧୀଙ୍କର କଣ ରହିଛି ପ୍ରତିକ୍ରିୟା ? ସେ କହିଛନ୍ତି ,  ଏହା ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି କି ,ସେ ବିଚାର କରିବେ। 

କଂଗ୍ରେସର  ସିଡବ୍ଲୁସିବୈଠକ ପରେ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କର ମଧ୍ୟ ପ୍ରତିକ୍ରିୟା ଆସିଛି।ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ବିରୋଧି ନେତା କରିବା ଉଚିତ୍‌। ଏହ ସମସ୍ତଙ୍କର ଦାବି ଏବଂ ଏହା କଂଗ୍ରେସକୁ ମଜବୁତ୍‌ କରିବ। ମିଟିଂ ପରେ କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି, ଯେବେ ବି କଂଗ୍ରେସ ପାର୍ଟି ରାହୁଲ ଗାନ୍ଧୀଙ୍କ ଠାକୁ କିଛି ପାଇବାକୁ ଚାହିଁଛି, ତ ସେ ପାର୍ଟିର ଇଚ୍ଛା ପୂରଣ କରିଛନ୍ତି। ଆଜି କଂଗ୍ରେସ ପାର୍ଟି ତାଙ୍କୁ ଅନୁରୋଧ କରୁଛି କି ,ସେ ଦେଶର ସ୍ୱର ଗୃହରେ ଉଠାନ୍ତୁ ।ସେପଟେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କି ସମସ୍ତେ ଏହା କହୁଛନ୍ତି କି ରାହୁଲ ଗାନ୍ଧୀ ବିରୋଧି ନେତା ହୁଅନ୍ତୁ । ଏହା ହେବା ଉଚିତ୍‌।

ଉଲ୍ଲେଖନୀୟ ଯେ, ତଳ ଗୃହରେ ପାର୍ଟି ସଂସଦୀୟ ଦଳର ନେତା ହିଁ ବିରୋଧି ନେତା ହେବେ । କଂଗ୍ରେସ ଲୋକସଭା ନିର୍ବାଚନରେ ୯୯ଟି ସିଟ୍ ଜିତିଛି।ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କର ଅଧ୍ୟକ୍ଷତାରେ ବିସ୍ତାରିତ କଂଗ୍ରେସ  କାର୍ଯ୍ୟ ସମିତିର ବୈଠକ ହୋଇଛି। ଏଥିରେ ଲୋକସଭା ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ , ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ,ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଯୋଗଦାନକୁ ମଧ୍ୟ ପ୍ରଶଂସା କରାଯାଇଛି। ଏହାକୁ ନେଇ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.