ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମ ମନ୍ଦିର​‌ରେ ହୋଲି: ୪୯୫ ବର୍ଷ ପରେ ଭବ୍ୟ ମନ୍ଦିରରେ ରାମଲାଲା ଖେଳିଲେ ହୋଲି, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଅଯୋଧ୍ୟା,୨୫।୩: ରାମ ନଗରୀରେ ହୋଲି ସବୁବେଳେ ଖାସ୍ ରହିଛି। ତେବେ ଚଳିତ ବର୍ଷର ହୋଲି ଅଯୋଧ୍ୟାରେ ସବୁଠୁ ଅଲଗା ରହିଛି। ଭଗବାନ ଶ୍ରୀ ରାମଲାଲା ମଧ୍ୟ ୪୯୫ ବର୍ଷ ପରେ ଭବ୍ୟ ମନ୍ଦିରରେ ହୋଲି ଖେଳିଛନ୍ତି। ଏହି ସମୟରେ ସାରା ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ ପାଇଁ ପହଁଞ୍ଚିଛନ୍ତି। ଅଯୋଧ୍ୟାରେ ସକାଳୁ ସବୁଠାରୁ ପ୍ରଥମେ ମଠ ମନ୍ଦିରରେ ବିରାଜମାନ ଭଗବାନଙ୍କୁ ଅବିର ଲଗାଇ ହୋଲି ଖେଳିବାର ଅନୁମତି ମଗା ଯାଇଛି। ଏହାପରେ ପୁରା ଅଯୋଧ୍ୟାରେ ରଙ୍ଗ ଉତ୍ସବ ବେଳେ ଖୁସି ଓ ଆନନ୍ଦ ଦେଖିବାକୁ ମିଳିଛି। 

ରାମଲାଲାଙ୍କ ଦରବାରରେ ପୂଜାରୀମାନେ ରାମଲାଲାଙ୍କ ଉପରେ ପୁଷ୍ପ ବର୍ଷା କରି ନିଜ ଆରାଧ୍ୟଙ୍କ ସହ ହୋଲି ଖେଳିଛନ୍ତି। ତାଙ୍କୁ ରାଗ ଭୋଗ ଓ ଶୃଙ୍ଗାର କ୍ରମରେ ଅବିର ଅର୍ପିତ କରାଯାଇଛି। ୫୬ ପ୍ରକାର ବ୍ୟଞ୍ଜନ ଭୋଗ ଲଗାଯାଇଥିଲା। ପୂଜାରୀ ମଧ୍ୟ ରାମଲାଲାଙ୍କୁ ହୋଲି ଗୀତ ଶୁଣାଇଛନ୍ତି। ସେଭଳି ରାମ ଜନ୍ମଭୂମି ପରିସରରେ ରାମଲାଲାଙ୍କ ଦର୍ଶନ କରିବାକୁ ପହଁଞ୍ଚିଥିବା ଶ୍ରଦ୍ଧାଳୁ ମଧ୍ୟ ହୋଲିରେ ଗୀତ ଗାଇବା ସହ ନାଚିଥିଲେ। ଏଭଳି ଭାବରେ ପୁରା ରାମନଗରୀରେ ହୋଲିର ଉଲ୍ଲାସ ଦେଖିବାକୁ ମିଳିଥିଲା। 

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପରେ ରାମଲାଲା ନିଜର ପ୍ରଥମ ହୋଲି ପାଳନ କରୁଛନ୍ତି। ତାଙ୍କର ମନମୋହକ ମୂର୍ତ୍ତିକୁ ଫୁଲରେ ସଜା ଯାଇଛି। ମଥାରେ ଅବିର ଲଗା ଯାଇଛି। ଗୋଲାପୀ ପୋଷାକ ପିନ୍ଧି ରାମଲାଲାଙ୍କ ମୂର୍ତ୍ତି ଖୁବ୍ ଆକର୍ଷଣୀୟ ଲାଗୁଛି। ରବିବାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦରବାରରେ ପହଁଞ୍ଚି ନିଜର ଆରାଧ୍ୟଙ୍କୁ ଦର୍ଶନ କରଥିଲେ। ରାମଲାଲାଙ୍କ ହୋଲି ପାଇଁ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। 

  • prameyanews
  • PrameyaOdia
  • prameya
  • Ayodhya Ram Mandir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.