ବିଶାଖାପାଟଣା, ୨୦/୧୧: ବିଳମ୍ବିତ ରାତିରେ ବିଶାଖାପାଟଣା ବନ୍ଦରର ହାର୍ବରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ୪୦ଟି ମାଛଧରା ଡଙ୍ଗା ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ୩୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି ।
ତେବେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଜଣାପଡ଼ି ନାହିଁ । ମତ୍ସ୍ୟଜୀବୀ ଆଶଙ୍କା କରୁଛନ୍ତି କେହି ଅସାମାଜିକ ଲୋକ ବୋଟ୍ ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିକାଣ୍ଡରେ ୪୦ ଭୋଟ୍ ଜଳି ଯିବା ପରେ ଅନେକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଆଖି ଆଗରେ ଦାନା ଯୋଗାଉଥିବା ବୋଟ୍ ଜଳି ଯାଉଥିବା ଦେଖି ଭାଙ୍ଗି ପଡ଼ିଛନ୍ତି ମତ୍ସ୍ୟଜୀବୀ ।
କୋରାପୁଟରେ ୧୨ ଡିଗ୍ରୀକୁ ଖସିଲା ପାରଦ, ଆଗକୁ ଆହୁରି ୩ରୁ ୪ ଡିଗ୍ରୀ କମିବ ତାପମାତ୍ରା
ଅଗ୍ନିକାଣ୍ଡ ସମୟରେ କିଛି ବୋଟରେ ବିସ୍ଫୋରଣ ବି ହୋଇଥିଲା । ଫୁଏଲ୍ ଟ୍ୟାଙ୍କରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୩୦ରେ ନିଆଁ ଲାଗି ବୋଟରେ ଥିବା ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ମତ୍ସ୍ୟଜୀବୀଙ୍କୁ ଦୂରେଇ ରହିବାକୁ କୁହା ଯାଇଥିଲା ।
ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି । ବୋଟରେ ନିଆଁ ଲାଗିବା ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ ଅଧିକାରୀ ।
୨୧ରୁ ବିଧାନସଭା ଶୀତ ଅଧିବେଶନ, ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ