ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଓଲିଉଡ୍‌ ଚଳଚଞ୍ଚଳ, ପୂଜା ପାଇଁ ପାଗଭିଡ଼: ଦଶହରାରେ ପରଦାକୁ ଆସିବ ୩ ଫିଲ୍ମ...

ଭୁବନେଶ୍ୱର,୦୫/୦୯: ଓଡ଼ିଆ ସିନେଶିଳ୍ପର ରିଲିଜ ଋତୁ ଦଶହରା ଯେତେ ପାଖଉଛି, ସିନେଶିଳ୍ପ ସେହି ପରିମାଣରେ ହୋଇଉଠୁଛି ଚଳଚଞ୍ଚଳ, ପ୍ରଡକ୍ସନ ହାଉସ୍‌ଗୁଡ଼ିକର ତତ୍ପରତା ସେହି ଅନୁସାରେ ବଢ଼ିବାରେ ଲାଗିଛି । ପ୍ରଯୋଜନା ସଂସ୍ଥା, ପ୍ରଯୋଜକ, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କଳାକାର, ଟେକ୍ନିସିଆନ ଓ ସିନେପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ସୁକତା ବଢ଼ିଚାଲିଛି । ଏ ବର୍ଷ ଦଶହରାରେ ମୁକ୍ତିଲାଭ ପାଇଁ ତିନୋଟି ଫିଲ୍ମ ନିର୍ମାଣାଧୀନ ରହିଛି । ଏ ତିନୋଟିଯାକ ଫିଲ୍ମର ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚନା କଲେ ଗୋଟିଏ କଥା ନିଶ୍ଚିତ ହେଉଛି ଯେ, ଆକ୍ସନ ଭରପୂର ଫିଲ୍ମ ନିର୍ମାଣ ପାଇଁ ପ୍ରଯୋଜନା ସଂସ୍ଥାଗୁଡ଼ିକ ଅଧିକ ଆଗ୍ରହ ଦେଖାଉଛନ୍ତି । ଯଦିଓ ଏହି ଫିଲ୍ମଗୁଡ଼ିକରେ ପାରିବାରିକ କାହାଣୀ, ମନଛୁଆଁ ଗୀତ, ରହସ୍ୟ ରୋମାଞ୍ଚ ଅଛି ବୋଲି ଦାବି କରନ୍ତି ସମ୍ପୃକ୍ତ ନିର୍ଦ୍ଦେଶକମାନେ, ତେବେ ଆକ୍ସନ ଅଧିକରୁ ଅଧିକ ରହିଛି । ଫିଲ୍ମର ପ୍ରମୋସନାଲ୍‌ ଇଭେଣ୍ଟ, ଫଟୋ, ପୋଷ୍ଟର ଆଦି ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି । ଏ ବର୍ଷ ମୁକ୍ତିଲାଭ କରିବ ତିନୋଟି ଫିଲ୍ମ-‘ରାମ୍‌’, ‘କଟକ - ଶେଷରୁ ଆରମ୍ଭ’ ଓ ‘ମାଲ୍ୟଗିରି’ । ଅନୁଭବଙ୍କ ‘ଚାରିଧାମ’ ଦଶହରାକୁ ଆସିବ ବୋଲି ପ୍ରଥମେ ଆଲୋଚନା ଶୁଣିବାକୁ ମିଳୁଥିଲେ ହେଁ ଏ ପର୍ଯ୍ୟନ୍ତ ତାହାର ସୁଟିଂ ଆରମ୍ଭ ହୋଇନାହିଁ । ତେଣୁ ଦୁର୍ଗାପୂଜାରେ ‘ଚାରିଧାମ’ ରିଲିଜ୍‌ ହେବା ସମ୍ଭାବନା ପ୍ରାୟତଃ ନାହିଁ ବୋଲି ଚର୍ଚ୍ଚା ହେଉଛି । ଅବଶିଷ୍ଟ ତିନୋଟି ଚଳଚ୍ଚିତ୍ରର ପ୍ରସ୍ତୁତି ସମ୍ପର୍କରେ ଜାଣିବା ଆସନ୍ତୁ ।

ରାମ୍‌ 

କରୋନା ଓ ରାଜନୈତିକ ବ୍ୟସ୍ତତା କାରଣରୁ ଗତ ତିନି ଚାରି ବର୍ଷ ହେଲା ଫିଲ୍ମ କରିନାହାନ୍ତି ଓଡ଼ିଆ ସିନେଶିଳ୍ପର ଅନ୍ୟତମ ଲୋକପ୍ରିୟ ଅଭିନେତା ଅରିନ୍ଦମ ରୟ । ଶେଷଥର ପାଇଁ "ବାବୁ ଭାଇଜାନ୍‌'ରେ ଦେଖିବାକୁ ମିଳିଥିଲେ ସେ । ଏ ଦଶହରାରେ ହୋମ୍‌ ପ୍ରଡକ୍ସନ ରତ୍ନା ଫିଲ୍ମସ୍‌ ବ୍ୟାନରର ଚତୁର୍ଥ ଅବଦାନ ‘ରାମ୍‌’ ଜରିଆରେ କମ୍‌ବ୍ୟାକ୍‌ କରୁଛନ୍ତି ଅରିନ୍ଦମ । ଷ୍ଟାଇଲିଶ୍‌ ତଥା ସିନେମାରେ ନାନା ପ୍ରକାର ପରୀକ୍ଷାନିରୀକ୍ଷା କରିବା ପାଇଁ ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି ‘ରାମ୍‌’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି । ଅସାଦ ନିଜାମ ଓ ଲିଙ୍କନ୍‌ ‘ରାମ୍‌’ର ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଚାର ପ୍ରସାରରେ ଅଛନ୍ତି ମିଡିଆ ପ୍ଲାନର୍‌ ପ୍ରଣୟ ଜେଠୀ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା । ଅରିନ୍ଦମଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ବଙ୍ଗୀୟ ସୁନ୍ଦରୀ ରୂପ୍‌ସା । 

କଟକ: ଶେଷରୁ ଆରମ୍ଭ

କଟକର କିଛି ସତ୍ୟ ଘଟଣାକୁ ଆଧାର କରି ନିର୍ମାଣ ଚାଲିଛି ‘କଟକ : ଶେଷରୁ ଆରମ୍ଭ’ ।  ଭରପୂର ଆକ୍ସନ ଥିବା ଏ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିଆରା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । ଅନସମିସ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏ ଫିଲ୍ମର ପ୍ରଯୋଜନାରେ ଅଛନ୍ତି ପ୍ରୀତମ ସାହୁ ଓ ନବୀନ ଭଣ୍ଡାରି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସାଦ ନିଜାମ । ଫିଲ୍ମର ମୁଖ୍ୟ ନାୟକ ଓ ନାୟିକା ଚରିତ୍ର ନିର୍ବାହ କରିଛନ୍ତି ଯଥାକ୍ରମେ ଦେବାଶିଷ ପାତ୍ର ଓ ପୁନମ୍‌ ମିଶ୍ର । ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଏ ଚଳଚ୍ଚିତ୍ରରେ । ଏମାନଙ୍କ ବ୍ୟତୀତ ପ୍ରସେନଜିତ, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଏନ୍‌ଏସ୍‌ଡି (ନ୍ୟାସନାଲ୍‌ ସ୍କୁଲ ଅଫ୍‌ ଡ୍ରାମା)ରୁ ଶିକ୍ଷାପ୍ରାପ୍ତ ଜଗନ୍ନାଥ ସେଠ ପ୍ରମୁଖ ଏ ଚଳଚ୍ଚିତ୍ରର ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ । ଫିଲ୍ମର ଅଧିକାଂଶ ଭାଗ କଟକରେ ସୁଟିଂ କରାଯାଇଛି । ଗୀତଗୁଡ଼ିକ ଓଡ଼ିଶା ବାହାରେ କରାଯିବା ଯୋଜନା ରହିଛି ବୋଲି କହିଛନ୍ତି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । ଫିଲ୍ମର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ହରପ୍ରସାଦ ମହାପାତ୍ର ।

ମାଲ୍ୟଗିରି

ରେନ୍‌ଡ୍ରପ ପିକ୍‌ଚର୍ସ ଏବଂ କିଭ୍‌ସ ଏଣ୍ଟର୍‌ଟେନମେଣ୍ଟ ପକ୍ଷରୁ ମିଳିତ ଭାବେ ତିଆରି ଚାଲିଛି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ମାଲ୍ୟଗିରି’ । ଫିଲ୍ମର ମୁଖ୍ୟ ନାୟକ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିବେ ବାବୁସାନ୍‌ । ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଶିବାନୀ ସଂଗୀତା । ଅମ୍ଳାନ ଓ ସୂର୍ଯ୍ୟମୟୀଙ୍କୁ ମଧ୍ୟ ସିନେପ୍ରେମୀ ଦେଖିବେ ଅନ୍ୟତମ ନାୟକ ଓ ନାୟିକା ଭାବରେ । ରିଙ୍କୁ ରିନୁ ଜେନା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରୁଥିବାବେଳେ ନିର୍ଦ୍ଦେଶନା ଦେଉଛନ୍ତି ପୃଥ୍ୱୀରାଜ ପଟ୍ଟନାୟକ । ସହ-ପ୍ରଯୋଜନା କରିଛନ୍ତି ପ୍ରଣତି ଗୋଛାୟତ ଓ ବାବୁସାନ୍‌ ମହାନ୍ତି। ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ । ଡିଓପିରେ ଅଛନ୍ତି ଚନ୍ଦ୍ରକାନ୍ତ ସିଂହ । ଅନ୍ୟ ଦୁଇ ଚଳଚ୍ଚିତ୍ର ଭଳି ଏ ଚଳଚ୍ଚିତ୍ରରେ ମଧ୍ୟ ଜୋର୍‌ଦାର ଆକ୍ସନ ଦୃଶ୍ୟ ଦେଖିବେ ଦର୍ଶକ ।

Copyright © 2022 - Summa Real Media Private Limited. All Rights Reserved.