ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରେଙ୍ଗାଳି ବାମ ଶାଖା କେନାଲରେ ୩୦ ଫୁଟର ଘାଇ, ୪ ଦିନ ହେଲା ଚାଷୀ ହନ୍ତସନ୍ତ

କାମାକ୍ଷାନଗର, ୧୨/୦୮: କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ ଶାଖାରେ ସୃଷ୍ଟି ହୋଇଛି ୩୦ ଫୁଟର ଘାଇ। ଦୀର୍ଘ ୪ ଦିନ ହେଲା ଏହି ଘାଇ ସୃଷ୍ଟି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନାହିଁ। ଫଳରେ ଏକର ଏକର ଧାନକ୍ଷେତ ଜଳମଗ୍ନ ହୋଇଛି। ଏହାକୁ ନେଇ ତଳମୁଣ୍ଡର ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। 

ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲର ଶାଖା କେନାଲରେ ପ୍ରାୟ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଏକର ଏକର ଧାନକ୍ଷେତ ଜଳମଗ୍ନ ହୋଇଯାଇଛି। ଘାଇ ସୃଷ୍ଟି ହେବା କାରଣରୁ ଧାନ ବିଲରେ ବାଲିଚର ହୋଇଯିବାର ଆଶଙ୍କା ରହିଛି । ଚଳିତ ବର୍ଷ କମ୍ ବର୍ଷା ହୋଇଥିବାରୁ ଏହି କେନାଲକୁ ଭରସା କରି ଚାଷ କରିଥିଲେ ଚାଷୀ, କିନ୍ତୁ ଘାଇ ସୃଷ୍ଟି ହେବାରୁ ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । 

ଅନ୍ୟପଟେ ଆଜିକୁ ୪ ଦିନ ଧରି କେନାଲଟି ଭାଙ୍ଗିଯାଇଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ତେଣୁ ତୁରନ୍ତ କେନାଲ ମରାମତି ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.