ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ପ୍ରଶଂସକ, ସେ ମଧ୍ୟ ଏମିତି ନେତା ଚାହାନ୍ତି : ଅଞ୍ଜୁ

ନୂଆଦିଲ୍ଲୀ : ରାଜସ୍ଥାନର ଭିୱାଡିରୁ ଚଳିତ ବର୍ଷ ଜୁନ୍‌ରେ ପାକସ୍ତାନ ଯାଇଥିବା ଅଞ୍ଜୁ ଭାରତ ଆସି ସାରିଛନ୍ତି। ଅଞ୍ଜୁ ନିଜର ଫେସବୁକ୍‌ ବନ୍ଧୁଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିଲେ। ଭାରତ ଆସିବା ପରେ ତାଙ୍କର ଅନେକ ସାକ୍ଷାତକାର ସାମନାକୁ ଆସିଛି। ନିଜର ତାଜା ସାକ୍ଷାତକାରରେ ଅଞ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା କହିଛନ୍ତି । ଅଞ୍ଜୁ କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନରେ ବଡ଼ କ୍ରେଜ୍‌ ରହିଛି। ଲୋକେ ତାଙ୍କୁ ଖବ୍‌ ପସନ୍ଦ କରିଥାନ୍ତି । ଅଞ୍ଜୁ କହିଛନ୍ତି କି, ପାକିସ୍ତାନର ଲୋକେ ଭାରତ ଓ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ। 

ପାକିସ୍ତାନରୁ ଫେରିଥିବା ଅଞ୍ଜୁଙ୍କୁ ଆପଣାଇ ପାରନ୍ତି ପ୍ରଥମ ସ୍ୱାମୀ ଅରବିନ୍ଦ , ହେଲେ ଗୋଟିଏ ସର୍ତ୍ତରେ ...

ଟାଇମ୍ସ ନାଓ ନବଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ଅଞ୍ଜୁ କହିଛନ୍ତି , ପାକିସ୍ତାନର ଲୋକେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ପ୍ରଶଂସକ। ସେଠାର ନାଗରିକଙ୍କ ଅନୁସାରେ , ପାକିସ୍ତାନକୁ ମଧ୍ୟ ଜଣେ ମୋଦି ଭଳି ନେତା ଦରକାର , ଯିଏ ଦେଶକୁ ଆଗକୁ ନେଇ ପାରିବେ। ଏହି ସମୟରେ ଅଞ୍ଜୁ ଏହା ମଧ୍ୟ କହିଛନ୍ତି କି, ନିଜର ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କୁ ଖୁବ୍‌ ଶୀଘ୍ର ଭାରତ ଡାକିବେ।

କହି ରଖୁଛୁ କି , ଅଞ୍ଜୁ ନିଜର ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବାକୁ ଜୁଲାଇରେ ପାକିସ୍ତାନ ଯାଇଥିଲେ। ଅଞ୍ଜୁ ପାକିସ୍ତାନୀ ନାଗରିକ ନସରୁଲ୍ଲା(୨୯)ଙ୍କ ସହ ଭେଟିବାକୁ ବୈଧ ଭିସା ଦ୍ୱାରା ଆଦିବାସୀ ଖୈବର ପଖତୁନଖ୍ୱା ପ୍ରାନ୍ତର ଉପର ଦୀର ଜିଲ୍ଲା ଯାତ୍ରା କରିଥିଲେ। ମିଡ଼ିଆ ରିପୋର୍ଟ ଅନୁସାରେ , ଉଭୟ ଫେସବୁକରେ ପରସ୍ପର ସହ ପରିଚିତ ହୋଇଥିଲେ। ଅଞ୍ଜୁ ସେଠାରେ ନସରୁଲ୍ଲାଙ୍କ ସହ ବିବାହ କରିଥିଲେ ଏବଂ କଥିତ ଭାବେ ନିଜ ନାଁ ବଦଳାଇ ଫାତିମା କରି ନେଇ ଥିଲେ।  

ଅଞ୍ଜୁଙ୍କ ପିଲାଙ୍କର ଭରଣପୋଷଣ କରିବାକୁ ପ୍ରସ୍ତୁତ , ଭାରତ ନିଶ୍ଚୟ ଯିବି : ନସରୁଲ୍ଲାହ

୩୪ ବର୍ଷିୟା ଅଞ୍ଜୁଙ୍କ ଜନ୍ମ ଉତ୍ତର ପ୍ରଦେଶର କୈଲୋର ଗାଁରେ ହୋଇଥିଲା ଏବଂ ସେ ରାଜସ୍ଥାନର ଅଲୱର ଜିଲ୍ଲାରେ ରହୁଥିଲେ। ନସରୁଲ୍ଲାଙ୍କର ପ୍ରେମରେ ଫସି ଅଞ୍ଜୁ ନିଜ ଘରେ କିଛି ନକହି ଦୁଇ ପିଲା ଓ ସ୍ୱାମୀ ଅରବିନ୍ଦଙ୍କୁ ଛାଡ଼ି ସେ ନିଜ ପ୍ରେମୀ ସହ ଭେଟିବାକୁ ପାକିସ୍ତାନ ଚାଲି ଯାଇଥିଲେ ଏବଂ ସେଠାକୁ ଯାଇ ସେ ନସରୁଲ୍ଲାଙ୍କୁ ବିବାହ କରିଥିଲେ।  

ନସରୁଲ୍ଲାଙ୍କୁ ଭାରତ ଡାକିବି, ଆମେ ପିଲାଙ୍କ ସହ ସବୁ କଥା ଆଲୋଚନା କରିବୁ, ତାପରେ ...

ଅଞ୍ଜୁ କହିଛନ୍ତି କି , ତାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଉଛି। ସେ କହିଛନ୍ତି କି ସେ ନିଜ ପିଲାଙ୍କୁ ଛାଡ଼ି ଯାଇ ନଥିଲେ। ଅଞ୍ଜୁଙ୍କ ମୁତାବିକ , ପିଲା ପୂର୍ବରୁ ନସରୁଲ୍ଲାଙ୍କୁ ଜାଣି ଥିଲେ। ସେ ନିଜର ବଡ଼ ଝିଅକୁ ସବୁ କଥା କହିଥିଲେ । ହେଲେ ନସରୁଲ୍ଲାଙ୍କ ସହ ନିଜର ବିବାହ କଥାକୁ ଅଞ୍ଜୁ ଏଡେଇ ଦେଇଛନ୍ତି। ଇଣ୍ଟରଭ୍ୟୁରେ ଅଞ୍ଜୁ ବିବାହର କଥାତୁ ପର୍ସନାଲ ମ୍ୟାଟର କହି ଏଡେଇ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.