ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଳଦ୍ୱୀପ ଯାଉଥିବା ଲୋକଙ୍କ ମଧ୍ୟରେ ଭାରତ ଠାରୁ ଆଗରେ ରହିଲା ଚୀନ୍ , ବିବାଦର ପ୍ରଭାବ ନା ଆଉ କିଛି କାରଣ ...

ନୂଆଦିଲ୍ଲୀ : ମାଳଦ୍ୱୀପକୁ ନେଇ ଭାରତୀୟଙ୍କ ମୋହଭଙ୍ଗ ହୋଇଛି। ନିଜର ସୌନ୍ଦର୍ଯ୍ୟତା ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଟୁରିଜିମ୍ ପାଇଁ ପ୍ରସିଦ୍ଧ ଏହି ଦେଶକୁ ଯିବାରେ ଭାରତୀୟଙ୍କ ସଂଖ୍ୟାରେ ଖୁବ୍‌ ହ୍ରାସ ଘଟିଛି। ଯେଉଁଠି ପ୍ରଥମେ ମାଳଦ୍ୱୀପ ଯିବା ମାମଲାରେ ଭାରତ ୩ୟ ନମ୍ୱରରେ ଥିଲା ,ସେଠାରେ ଏବେ ଏହା ଖସି ୫ମ ନମ୍ୱରକୁ ଆସି ଯାଇଛି। ମାଳଦ୍ୱୀପ ଟୁରିଜିମ୍‌ ମିନିଷ୍ଟ୍ରୀ ଦ୍ୱାରା ରିପୋର୍ଟ ମୁତାବିକ, ଗତ ୩ ସପ୍ତାହ ଭିତରେ ଏହି ହ୍ରାସ ରେକର୍ଡ କରାଯାଇଛି। ଅନ୍ୟପଟେ ଚୀନ୍‌ ଏହି ତାଲିକାରେ ଏବେ ୩ୟ ନମ୍ୱରରେ ପହଞ୍ଚି ସାରିଛି। 

ଉଲ୍ଲେଖନୀୟ ଯେ, ନିକଟରେ ଭାରତ ଓ ମାଳଦ୍ୱୀପର ସମ୍ୱନ୍ଧ ବିବାଦପୂର୍ଣ୍ଣ ହୋଇ ଯାଇଥିଲା। ଏସବୁ ସେତେବେଳେ ହୋଇଥିଲା , ଯେବେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ଯାତ୍ରା ପରେ କହିଥିଲେ କି, ଲୋକଙ୍କୁ ଏହାକୁ ମଧ୍ୟ ନିଜର ଆଡଭେଞ୍ଚର ଲିଷ୍ଟରେ ସାମିଲ କରିବା ଉଚିତ୍‌। ହେଲେ ପରେ ରାଷ୍ଟ୍ରପତି ମୁଇଜ୍ଜୁ ଆକ୍ସନ ନେଇ ଥିଲେ। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ଓ ସାଂସଦମାନେ ଆପତ୍ତିଜନକ କଥା ଲେଖି ଥିଲେ। ଏହାର ବିରୋଧରେ ସୋସିଆଲ ମିଡ଼ିଆରେ ବୟକଟ୍‌ ମାଳଦ୍ୱୀପର ଟ୍ରେଣ୍ଡ ଚାଲିଥିଲା। 

କୁହାଯାଉଛି କି, ମାଳଦ୍ୱୀପ ଯାଉଥିବା ଭାରତୀଙ୍କ ସଂଖ୍ୟାରେ ହ୍ରାସ ଏହି ବିବାଦ ଯୋଗୁଁ ହିଁ ହୋଇଛି। କହି ରଖୁଛୁ କି , ଭାରତୀୟ ପର୍ଯ୍ୟଟକ ଦୀର୍ଘ ଦିନରୁ ମାଳଦ୍ୱୀପ ପାଇଁ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ପାଲଟିଛନ୍ତି। ୨୦୨୩ ରେ ମାଳଦ୍ୱୀପର ଟୁରିଜିମ୍‌ ମାର୍କେଟ୍‌ରେ ପାଖାପାଖି ୧୧ ପ୍ରତିଶତ ଭାରତୀୟଙ୍କ ଯୋଗଦାନ ଥିଲା।

ମାଳଦୀପର ପର୍ଯ୍ୟଟନ ମନ୍ତ୍ରଣାଳୟ (ଟୁରିଜିମ୍‌ ମିନିଷ୍ଟ୍ରୀ)ର ତଥ୍ୟ ଅନୁସାରେ, ଭାରତ ୨୦୨୪ର ପ୍ରାରମ୍ଭରେ ୭.୧ ପ୍ରତିଶତ ବଜାର ପାର୍ଟନରସିପ୍‌ ସହ ନିଜର ପର୍ଯ୍ୟଟନରେ ୩ୟ ସବୁଠୁ ବଡ଼ ଯୋଗଦାନକାରୀ ଭାବେ ଥିଲା। ସେପଟେ ଚୀନ୍‌ ଶୀର୍ଷ ୧୦ ବଜାର ତାଲିକାରେ ମଧ୍ୟ ନଥିଲେ। ହେଲେ ରାଜନୀତିକ ବିବାଦ ପରେ ଏହି ସଂଖ୍ୟାରେ ହଠାତ ପରିବର୍ତ୍ତନ ଦେଖିବାକୁ ମିଳିଛି। 

ମାଳଦ୍ୱୀପ ପର୍ଯ୍ୟଟନ ପାଇଁ ଭାରତର ବଜାର ପାର୍ଟନରସିପ୍‌ ୨୮ ଜାନୁୟାରୀ ସୁଦ୍ଧା ୮ ପ୍ରତିଶତ ଥିଲା, ଚୀନ୍ ଓ ବ୍ରିଟେନ ଶୀର୍ଷ ୧୦ ର ତାଲିକାରେ କ୍ରମଶଃ ୩ୟ ଓ ୪ର୍ଥ ସ୍ଥାନ ନେଇ ଦେଶକୁ ପଛରେ ପକାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.