ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ରହସ୍ୟରେ ଆଇଟିଆଇ ଛାତ୍ରୀଙ୍କ ଆତ୍ମହତ୍ୟା: ଶ୍ମଶାନରୁ ହାଡ଼ପାଉଁଶ ଜବତ କଲା ସାଇଣ୍ଟିଫିକ ଟିମ୍‌, ଛାତ୍ରୀଙ୍କ ଫୋନ୍‌ର ଯାଞ୍ଚ କରୁଛି ପୋଲିସ

Published By : Prameya | August 26, 2023 11:19 AM

କୃଷ୍ଣପ୍ରସାଦ,୨୬/୦୮: ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ସିଆଣ୍ଡି ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ଏକ ଆଇଟିଆଇ କଲେଜ ଛାତ୍ରୀ ସୋନାଲିକା ଜେନାଙ୍କ ମୃତ୍ୟୁକୁ ନେଇ  କଲେଜରେ ଗ୍ରାମବାସୀ ଭଙ୍ଗାରୁଜା କରିବା ସହ  କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁବାର ଛାତ୍ରୀଙ୍କ ଶବଦାହ ସରିଥିବା ବେଳେ ଶୁକ୍ରବାର ପୁଲିସ ଶ୍ମଶାନକୁ ଯାଇ  ହାଡ଼ପାଉଁଶ ଜବତ କରି ପରୀକ୍ଷା ପାଇଁ ପଠାଇଛି ।  

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ  ସୋନାଲିକା ଗୁରୁବାର କଲେଜରୁ ଫେରି ନିଜ  ଶୋଇବା ଘରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୋବାଇଲ ଫୋନ୍‌କୁ ଏକ ଅଜଣା ନମ୍ବରରୁ  ବାରମ୍ବାର କଲ୍‌ ଆସିଥିଲା । ପରିବାର ଲୋକେ ଉକ୍ତ  କଲଟି କାହାର ବୋଲି ଯାଞ୍ଚ କରିବାରୁ ତାହା ଉକ୍ତ  କଲେଜର ଜଣେ ଛାତ୍ରଙ୍କର ବୋଲି ଜଣାପଡ଼ିଥିଲା ।  ତେଣୁ ସେହି ଛାତ୍ରଙ୍କ ପାଇଁ ତାଙ୍କ ଝିଅ ଆତ୍ମହତ୍ୟା  କରିଛି ବୋଲି ସେମାନଙ୍କ ସନ୍ଦେହ ଦୃଢ଼ୀଭୂତ  ହୋଇଥିଲା । ଶବଦାହ ପରେ ଗ୍ରାମବାସୀ କଲେଜକୁ  ଯାଇ ହୋହଲ୍ଲା କରିଥିଲେ । କଲ କରିଥିବା ଛାତ୍ର ତାଲିମ କେନ୍ଦ୍ରରେ ନଥିବାରୁ ସେମାନେ ଅଧିକ ଉଗ୍ର  ହୋଇଉଠିଥିଲେ । ତାଲିମ କେନ୍ଦ୍ର ସମ୍ମୁଖରେ ଟାୟାର  ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଲେଜର  କବାଟ ଝରକା ଭଙ୍ଗାରୁଜା କରିଥିବା ସହ କର୍ମଚାରୀ  ଓ ଛାତ୍ରାବାସର କିଛି ଛାତ୍ରଙ୍କୁ ମଧ୍ୟ ମାଡ଼ ମାରିଥିଲେ ।  ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି  କଲେଜ ଅଧ୍ୟକ୍ଷ ପୁଲିସକୁ ଖବର  ଦେଇଥିଲେ । ପୁଲିସ ଗୁରୁବାର  ରାତି ୧୦ଟାରେ ତାଲିମ କେନ୍ଦ୍ରରେ  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା  କରିବା ସହ ଛାତ୍ରାବାସର ସୁରକ୍ଷା  ନିମନ୍ତେ ଫୋର୍ସ ମୁତୟନ କରିଥିଲା । 

ଶୁକ୍ରବାର ସକାଳେ ପୁରୀରୁ ଏକ ସାଇଣ୍ଟିଫିକ  ଟିମ୍‌ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ  ପତି, ଏସଡିପିଓ ରବି ନାରାୟଣ ଭଞ୍ଜ ଗୋପାଳପୁର  ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।  ଅଧିକାରୀମାନେ ଛାତ୍ରାବାସରେ ଥିବା  ଛାତ୍ରଛାତ୍ରୀ, କର୍ମଚାରୀ ଓ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା  କରିଥିଲେ । ଟିମ୍‌ ଶେଷରେ ଶ୍ମଶାନରୁ  ହାଡ଼ ପାଉଁଶ ଜବତ କରି ପରୀକ୍ଷା ପାଇଁ  ପଠାଇଛି । ପରିବାର ଲୋକଙ୍କଠାରୁ  ଛାତ୍ରୀଙ୍କ ମୋବାଇଲ ଫୋନ୍‌ ଓ ଆଇ  କାର୍ଡ ମଧ୍ୟ ପୁଲିସ ଜବତ କରି ନେଇଛି । ଏନେଇ  କୃଷ୍ଣପ୍ରସାଦ ଥାନାରେ ଏକ ଅପମୃତ୍ୟୁ ମାମଲା  ରୁଜୁ ହୋଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ  ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.