ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆମେରିକାର ଚାପ ଆଗେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ଇସ୍ରାଏଲ , ହମାସ କବଳରୁ ବନ୍ଧକଙ୍କ ମୁକ୍ତି ପାଇଁ ରଖିଲା ସର୍ତ୍ତ

ତେଲ ଅଭିଭ୍‌ : ହମାସର ଆକ୍ରମଣରେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଦୃଢ ଆଭିମୁଖ୍ୟ। ହମାସର ସମୂଳେ ନାଶ ପାଇଁ ପୂରା ଦମ୍‌ରେ ଇସ୍ରାଏଲ। ସେ କାହା କଥା ଶୁଣିବାକୁ ନାରାଜ। ଗାଜାରେ ମାନବୀୟ ଆଧାରରେ ନାଗରିକଙ୍କୁ ସୁରକ୍ଷା ଓ ସାହାଯ୍ୟ ପାଇଁ ଯୁଦ୍ଧ କିଛି ସମୟ ପାଇଁ ବନ୍ଦ କରିବାକୁ ଚାପ ପକାଇଛି ଆମେରିକା। ହେଲେ ଇସ୍ରାଏଲ ଏହି ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି , ଯେପର୍ଯ୍ୟନ୍ତ ହମାସ ୨୪୦ ବନ୍ଧକଙ୍କୁ ମୁକ୍ତ କରି ନାହିଁ, ସେପର୍ଯ୍ୟନ୍ତ ଅସ୍ଥାୟୀ ସଂଘର୍ଷରେ କୌଣସି ବିରାମ ଲାଗିବ ନାହିଁ।  

ଏହାସହ ମଧ୍ୟ ପଢ଼ନ୍ତୁ :  ଆସିଲା ମ୍ୟୁଜିକ ଫେଷ୍ଟିଭାଲରେ ହମାସ ଆତଙ୍କର ଆଉ ଏକ ଲୋମ ଟାଙ୍କୁରା ଭିଡ଼ିଓ , ଚାରିଆଡ଼େ ବିଛେଇ ହୋଇ ପଡ଼ିଥିବା ମୃତଦେହ ଭାଇରାଲ

ସେପଟେ ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଯୁଦ୍ଧ ଆରମ୍ଭ ହେବା ପରେ ୩ୟ ଥର ଇସ୍ରାଏଲ ଯାଇଛନ୍ତି। ସେ ଦକ୍ଷିଣୀ ଇସ୍ରାଏଲରେ ୭ ଅକ୍ଟୋବରରେ ହମାସ ଦ୍ୱାରା କରାଯାଇଥିବା ନୃଶଂସ ହମଲା ପରେ ,ଏହାକୁ ଧ୍ୱଂସବିଧ୍ୱଂସ କରିବାର ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ପ୍ରତି ନିଜର ସମର୍ଥନକୁ ଦୋହରାଇଛନ୍ତି।

ଏଣ୍ଟନି ବ୍ଲିଙ୍କନ ଗଭୀର ମାନବୀୟ ସଙ୍କଟରୁ ବର୍ତ୍ତିବା ପାଇଁ ଯୁଦ୍ଧ କିଛି ସମୟ ବନ୍ଦ କରିବାକୁ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆହ୍ୱାନକୁ ମଧ୍ୟ ଦୋହରାଇଛନ୍ତି। ଇସ୍ରାଏଲର ବୋମାମାଡ଼ ଓ ସ୍ଥଳ ଆକ୍ରମଣର କାରଣରେ ଫିଲିସ୍ତିନରେ ବଢୁଥିବା ମୃତ୍ୟୁ ସଂଖ୍ୟା ଓ ଗୁରୁତର ମାନବୀୟ ସଙ୍କଟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ହସ୍ପିଟାଲର କହିବା ହେଲା କି, ଇସ୍ରାଏଲୀୟ ଘେରାବନ୍ଦୀ କାରଣରୁ ଔଷଧ ଓ ଇନ୍ଧନର ଅଭାବ ଯୋଗୁଁ ତାଙ୍କ ବ୍ୟବସ୍ଥା ମଧ୍ୟ ଅଚଳ ହୋଇଯାଇଛି।  

ଆମେରିକା ଶୁକ୍ରବାର କହିଛି କି, ଗାଜାରେ ପାଖାପାଖି ୧୫ ଲକ୍ଷ ଲୋକେ ବା ୭୦ ପ୍ରତିଶତ ନିବାସୀଙ୍କୁ ନିଜର ଘର ଛାଡ଼ି ଯିବାକୁ ପଡ଼ିଛି। ଫିଲିସ୍ତିନୀୟ ଶରଣାର୍ଥୀଙ୍କ ପାଇଁ ଆମେରିକା ଏଜେନ୍ସିର ଗାଜା ନିର୍ଦ୍ଦେଶକ ଥମସ୍‌ ହ୍ୱାଇଟ୍ କହିଛନ୍ତି କି , ଗାଜାରେ ପ୍ରତି ବ୍ୟକ୍ତି ଏହି ସମୟରେ ପ୍ରତିଦିନ ଦୁଇଟି ବ୍ରେଡ୍‌ରେ ବଞ୍ଚିଛନ୍ତି , ଯେଉଁଥିରୁ ଅଧିକାଂଶ ଆମେରିକାର ଭଣ୍ଡାରରେ ଥିବା ଅଟାରୁ ତିଆରି। 

ସେ କହିଛନ୍ତି, ପାନୀୟ ଜଳର ଦାବି ମଧ୍ୟ ବଢୁଛି। ନେତନ୍ୟାହୁଙ୍କ ସହ କଥାବାର୍ତ୍ତା ପରେ ବ୍ଲିଙ୍କନ କହିଛନ୍ତି କି, ସାହାଯ୍ୟ ପହଞ୍ଚିବାର ଗତି ବଢାଇବା ଓ ବନ୍ଧକଙ୍କର ମୁକ୍ତି ସୁନିଶ୍ଚିତ କରିବାରେ ସାହାଯ୍ୟ ପାଇଁ ଯୁଦ୍ଧକୁ କିଛି ସମୟ ରୋକିବାର ଆବଶ୍ୟକତା ରହିଛି। ହମାସ ପାଖାପାଖି ସପ୍ତାହ ପୂର୍ବରୁ ଇସ୍ରାଏଲ ଉପରେ କରିଥିବା ଆକ୍ରମଣ ବେଳେ ଲୋକଙ୍କୁ ବନ୍ଧକ କରିଥିଲା। ନେତନ୍ୟାହୁ କହିଛନ୍ତି କି , ସେ ବ୍ଲିଙ୍କନଙ୍କୁ କହିଛନ୍ତି କି, ଯେବେସୁଦ୍ଧା ବନ୍ଧକଙ୍କୁ ମୁକ୍ତ କରାଯାଇ ନାହିଁ , ଇସ୍ରାଏଲ ପୂରା ଶକ୍ତିର ସହ ଆଗକୁ ବଢିବ। 

Copyright © 2022 - Summa Real Media Private Limited. All Rights Reserved.