ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରତିନିଧିତ୍ୱ କରିଥିଲେ ସୋଆର ଛାତ୍ରୀ, ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର, ୦୩:  ନୁଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାନୁଆରୀ ୨୬ରେ ଅନୁଷ୍ଠିତ ହୋଇଥିବା ଜାତୀୟ ସାଧାରଣନ୍ତ୍ର ଦିବସ ପରେଡ୍‌ରେ ପ୍ରତିନିଧିତ୍ୱ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍‌ର ଛାତ୍ରୀ ଅମୃତା ସାହୁଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି ।  ଚଳିତ ଥର ପରେଡରେ ଭାଗ ନେଇଥିବା ଓଡିଶା କଂଟିନ୍‌ଜେଂଟ ନିମନ୍ତେ ମନୋନୀତ  ହୋଇଥିବା ପ୍ରତିନିଧିମାନଙ୍କ  ମଧ୍ୟରେ ସୋଆ କୃଷି ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ  ଅମୃତା ସାହୁ ରହିଥିଲେ ।

ଦିଲ୍ଲୀରୁ  ଫେରିବା ପରେ ଅମୃତା ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ଆଶୀର୍ବାଦ ନେଇଥିବା ବେଳେ ସେ ତାଙ୍କୁ ଅଭିନନ୍ଦନ  ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,  ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ଆଉଟ୍‌ରିଚ୍‌ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉପସ୍ଥିତ ଥିଲେ । 

ନୁଆଦିଲ୍ଲୀ ଗସ୍ତର ଅନୁଭୂତି ଜୀବନବ୍ୟାପୀ ମନେ ରହିବ ବୋଲି ଅମୃତା କହିଛନ୍ତି । ମହାମହିମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ବିଭିନ୍ନ ମନ୍ତ୍ରଣାଳୟରେ ବିଶିଷ୍ଟ ମନ୍ତ୍ରୀମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଜାତୀୟ ସ୍ତରର କ୍ୟାମ୍ପରେ ଯୋଗ ଦେବା ଏକ ସୌଭାଗ୍ୟ ବୋଲି ସେ କହିଥିଲେ ।  ଏଥି ସହିତ ବିଭିନ୍ନ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଅମୃତା କାର୍ଯ୍ୟକ୍ରମ ସଂଯୋଜନା କରି ପ୍ରଶଂସାର ପାତ୍ର ହୋଇଥିଲେ । କୃଷି ମହାବିଦ୍ୟାଳୟର ଡିନ୍‌ ପ୍ରଫେସର   ସନ୍ତୋଷ କୁମାର ରାଉତ,  କୃଷି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର   ସରୋଜ କୁମାର ମହାନ୍ତିଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅମୃତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗଜାଂମ  ଭଞ୍ଜନଗର ନିବାସୀ ଅମୂଲ୍ୟ କୁମାର ସାହୁ  ଓ ମମତା ସାହୁଙ୍କ କନ୍ୟା ଅମୃତା ଜଣେ ଉତ୍ତମ ଛାତ୍ରୀ ଓ ନୃତ୍ୟ ସଂଗୀତ କ୍ଷେତ୍ରରେ ମଧ୍ୟ ବେଶ ସୁଦକ୍ଷା ।

  • SOA-
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.