ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ଲିବିଆ, ସିକିମ ବନ୍ୟା ଦେଖି ଓଡ଼ିଶା ସଜାଗ; ଆପତକାଳୀନ ଯୋଜନାରେ ଆସିପାରେ ପରିବର୍ତ୍ତନ

ଭୁବନେଶ୍ୱର, ୩।୧୧: ଅନ୍ୟ ରାଜ୍ୟ ହେଉ କି ବିଦେଶ, ପ୍ରତି ବିପର୍ଯ୍ୟୟରୁ ଶିଖୁଛି ଓଡ଼ିଶା । ପ୍ରସ୍ତୁତ ହେଉଛି ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ । ଲିବିଆ ଓ ସିକିମରେ ଆସିଥିବା ଭୟଙ୍କର ବନ୍ୟା ବିପତ୍ତିରୁ ଶିକ୍ଷା ଲାଭ କରି ନଦୀ ବନ୍ଧ ନିରାପତ୍ତାକୁ ଆହୁରି ସୁଦୃଢ଼ କରିବାକୁ ବିଚାର ବିମର୍ଷ ଚଳାଇଛନ୍ତି ରାଜ୍ୟ ସରକାର । ସମସ୍ତ ନଦୀ ବନ୍ଧ ସୁରକ୍ଷିତ ଥିଲେ ମଧ୍ୟ ଭବିଷ୍ୟତର ସମ୍ଭାବ୍ୟ ବିପଦ ଓ ମହାବିପଦକୁ ସାମ୍ନା କରିବା ଭଳି ଭିତ୍ତିଭୂମି ଛିଡ଼ା କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ନଦୀ ବନ୍ଧ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ନିଷ୍ପତ୍ତି ହୋଇଛିବନ୍ଧ ନିରାପତ୍ତା ଆପାତକାଳୀନ କାର୍ଯ୍ୟ ଯୋଜନା (ଇମର୍ଜେନ୍ସି ଆକ୍ସନ ପ୍ଲାନ)ର ବିଭିନ୍ନ ତଥ୍ୟକୁ ଜିଲ୍ଲାପାଳମାନେ ବିସ୍ତୃତ ଭାବେ ଅନୁଧ୍ୟାନ କରିବେ । ଏଥିରେ ଆବଶ୍ୟକ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଏହି ବୈଠକରେ ସିକିମ ଓ ଲିବିଆ ବନ୍ୟା ଉପରେ ଆଲୋଚନା ହୋଇଥିଲା । ଗତ ସେପ୍ଟେମ୍ବର ୧୦ ତାରିଖରେ ଲିବିଆରେ ବଡ଼ ଧରଣର ବନ୍ୟା ଆସି ଦୁଇଟି ଡ୍ୟାମ ଭୁଶୁଡ଼ି ୫ ହଜାର ଲୋକଙ୍କ ଜୀବନ ଚାଲିଗଲା, ୧୦ ହଜାର ନିଖୋଜ ହୋଇଗଲେ । ଗତ ଅକ୍ଟୋବର ୪ ତାରିଖରେ ଅସ୍ୱାଭାବିକ ବାଦଲ ଫଟା ବର୍ଷାରେ ସାଉଥ୍‌ ଗ୍ଲାସିୟାଲ୍‌ ହ୍ରଦ ହଠାତ୍‌ ଫାଟିବାରୁ ତିସ୍ତା ନଦୀ ଜଳସ୍ତର ଭୟାନକ ରୂପେ ବଢ଼ିବାରୁ ସିକିମର ଚୁଙ୍ଗଥାଙ୍ଗ ନଦୀ ବନ୍ଧ ଏହାକୁ ରୋକି ପାରିନଥିଲା । ଏଥିରେ ରାଜ୍ୟର ୧୩ଟି ପୋଲ ଭାସିଗଲା, ୨୩ଜଣ ଯବାନଙ୍କ ଭିତରୁ ୭ଜଣ ମୃତ ଓ ଜଣେ ଉଦ୍ଧାର ହେଲେ । ୨୨ ହଜାର ଲୋକେ ପ୍ରଭାବିତ ହେଲେ । ଓଡ଼ିଶାରେ ଏଭଳି ବନ୍ୟା, ବଡ଼ ଭୂକମ୍ପ ଓ ସମ୍ଭାବ୍ୟ ଅପ୍ରତ୍ୟାଶିତ ସ୍ଥିତି ପାଇଁ ହୀରାକୁଦ ସମେତ ରାଜ୍ୟର ବିଭିନ୍ନ ଜଳଭଣ୍ଡାର ନଦୀ ବନ୍ଧ (ଡ୍ୟାମ)ର କେତେ ପ୍ରସ୍ତୁତ, ସେ ନେଇ ଆଲୋଚନା କରାଯାଇଥିଲା । 

ବୈଠକରେ ଜଣାଯାଇଥିଲା, କେନ୍ଦ୍ର ଓ ରାଜ୍ୟ ସ୍ତରରେ ଡ୍ୟାମଗୁଡ଼ିକର ନିରାପତ୍ତା ନେଇ ୪ସ୍ତରୀୟ ତଦାରଖ ବ୍ୟବସ୍ଥା କାର୍ଯ୍ୟ କରୁଛି । ଡ୍ୟାମ ସୁରକ୍ଷା ଦିଗରେ ଓଡ଼ିଶାର କାର୍ଯ୍ୟକୁ ବିଶ୍ୱବ୍ୟାଙ୍କ ମଧ୍ୟ ପ୍ରଶଂସା କରିଛି । ୨୦୧ଟି ନିଦ୍ଦିଷ୍ଟ ଡ୍ୟାମର ପ୍ରାକ୍‌ ବନ୍ୟା ସମୟ ଓ ମୌସୁମୀ ପରବର୍ତ୍ତୀ ଯାଞ୍ଚ କରି ବାର୍ଷିକ ରିପୋର୍ଟ ଦେଉଛି ଓଡ଼ିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୦୭୪ଟି ବିଭିନ୍ନ ପ୍ରକାର ଡ୍ୟାମ୍‌ ରହିଛି । ସେଥିରୁ ଚିହ୍ନଟକୃତ ୨୧୦ଟି ବୃହତ ଡ୍ୟାମର ନିରାପତ୍ତା ଆକ୍ସନପ୍ଲାନରେ ରହିଛି ।  ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଣାଇଥିଲେ, ନିୟମିତ ରକ୍ଷଣାବେକ୍ଷଣ ଯୋଗୁ ଦୀର୍ଘବର୍ଷର ଡ୍ୟାମଗୁଡ଼ିକ ଭଲ ସ୍ଥିତିରେ ରହିଛି । ତଥାପି ସମ୍ଭାବ୍ୟ ବିପର୍ଯ୍ୟୟ ନେଇ ଆମକୁ ପ୍ରସ୍ତୁତ ରହିବାର ଆବଶ୍ୟକତା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.