ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

‘ଏଭଳି ଲୋକଙ୍କୁ ଚୟନ କରନ୍ତୁନି, ଯାହାଙ୍କ ପଛରେ ଇଡି ଲାଗିଛି: ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆନ୍ନା ହଜାରେଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୩।୫:  କେବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗୁରୁ ଥିବା ସାମାଜିକ କର୍ମୀ ଆନ୍ନା ହଜାରେ ସୋମବାର ନିଜର ଶିଷ୍ୟଙ୍କୁ କରିଛନ୍ତି ଟାର୍ଗେଟ। ୮୬ ବର୍ଷୀୟ ଆନ୍ନା ହଜାରେ ମତଦାତାଙ୍କୁ ଅପିଲ କରିଛନ୍ତି ସେମାନେ ଠିକ୍ ଲୋକଙ୍କୁ ଚୟନ କରନ୍ତୁ। ସେ କହିଛନ୍ତି, ଦେଶର କ୍ଷମତାର ଚାବି ଭୁଲ ହାତରେ ଯିବା ଉଚିତ ନୁହଁ। ଆଜି ଲୋକତନ୍ତ୍ରର ଏକ ବଡ ଉତ୍ସବ ଓ ସମସ୍ତଙ୍କୁ ଏଥିରେ ଭାଗ ନେବା ଦରକାର ତଥା ଚରିତ୍ରବାନ ଏବଂ ଦାୟିତ୍ବବାନ ବ୍ୟକ୍ତି ପାଇଁ ମତଦାନ କରିବା ଦରକାର। ଦେଶର ଚାବି ମତଦାତାଙ୍କ ହାତରେ ରହିଛି। ଏଥିପାଇଁ ଏହି ଚାବିକୁ ଠିକ୍ ହାତରେ ଦେଇ ସଠିତ ବାଟ ଚୟନ କରାଯିବା ଦରକାର।’ ଉଲ୍ଲେଖନୀୟ ଯେ, ଆଜି ଦେଶର ୯୬ ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇପାରେ।

ଆନ୍ନା ହଜାରେ କହିଛନ୍ତି, ସ୍ବଚ୍ଛ ପ୍ରାର୍ଥୀଙ୍କୁ ଚୟନ କରନ୍ତୁ। ସ୍ବଚ୍ଛ ଛବି ଥିବା ରାଜନେତାଙ୍କୁ ଚୟନ କରନ୍ତୁ, ଯେଉଁମାନଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପିଛା କରୁଛି।’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଭାବରେ ଟାର୍ଗେଟ କରି କହିଛନ୍ତି, ମୁଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନାଁ ଆସିବା ନେଇ କେଜ୍ରିଓ୍ବାଲଙ୍କୁ କଡା ନିନ୍ଦା କରୁଛି। ସେ ଏହି ଭ୍ରଷ୍ଟାଚାର ଏଥିପାଇଁ କରିଛନ୍ତି, କାରଣ ସେ ମଦ ନିଶାରେ ବୁଡି ରହିଥିଲେ। ଏଭଳି ଲୋକଙ୍କୁ ପୁଣିଥରେ ଚୟନ କରାଯିବା ଉଚିତ ନୁହେଁ।’ ଆନ୍ନା ହଜାରରେ ଏହା ପୂର୍ବରୁ ମଧ୍ୟ ବହୁବାର ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରି ସାରିଛନ୍ତି। 

ୟୁପିଏ ସରକାରଙ୍କ ସମୟରେ ଆନ୍ନା ହଜାରରେଙ୍କ ନେତୃତ୍ବରେ ଇଣ୍ଡିଆ ଏଗନେ‌ଷ୍ଟ କରପସନ୍ ବ୍ୟାନର ତଳେ ଆନ୍ଦୋଳନ ହୋଇଥିଲା। ଏହି ସମୟରେ ଆନ୍ନା ହଜାରେ ଅନଶନ କରିଥିଲେ ଓ ତାଙ୍କ ସହିତ ଅରବିନ୍ଦ କେଜ୍ରିଓ୍ବାଲ, ପ୍ରଶାନ୍ତ ଭୂଷଣ, କୁମାର ବିଶ୍ବାସଙ୍କ ସହିତ ସବୁ ଲୋକ ଥିଲେ। ଆନ୍ନା ହଜାରେ ଏହି ଆନ୍ଦୋଳନକୁ ଅଣ-ରାଜନୈତିକ ରଖିବାକୁ ଚାହାନ୍ତି, କିନ୍ତୁ କେଜ୍ରିଓ୍ବାଲ ଓ ତାଙ୍କର କିଛି ସାଥୀ ରାଜନୈତିକ ଦଳ ତଆରି କରିବାର ନିଷ୍ପତ୍ତି ନେଇଥିଲେ। ଏହାପରେ ଆନ୍ନା ହଜାରେ ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାଟ ଅଲଗା ହୋଇଯାଇଥିଲା। ଉଲ୍ଲେଖନୀୟ ଯେ, ଆନ୍ନା ହଜାରରେ ପୂର୍ବରୁ ମଧ୍ୟ ମଦ ଦୁର୍ନୀତିକୁ ନେଇ କେଜ୍ରିଓ୍ବାଲଙ୍କ ଉପରେ ଆଟାକ୍ କରିସାରିଛନ୍ତି। ଆନ୍ନା ହଜାରେଙ୍କ କହିବା ଅନୁସାରେ, ତାଙ୍କ ଭଳି ବ୍ୟକ୍ତିଙ୍କର ମଦ ନୀତି ତିଆରି କରିବା ଦୁଃଖଦ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.