ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ସଂରକ୍ଷଣ ବିରୋଧୀ ନିଆଁରେ ଜଳୁଛି ବାଂଲାଦେଶ, ପୋଲିସ କର୍ମଚାରୀଙ୍କ ସମେତ ମୃତ୍ୟୁସଂଖ୍ୟା ୧୦୦କୁ ବୃଦ୍ଧି

ଢାକା, ୫।୮: ସଂରକ୍ଷଣ ବିରୋଧୀ ନିଆଁରେ ଜଳୁଛି ବାଂଲାଦେଶ । ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାର ଆନ୍ଦୋଳନକାରୀ । ପୋଲିସ କର୍ମଚାରୀଙ୍କ ସମେତ ମୃତ୍ୟୁସଂଖ୍ୟା ୧୦୦କୁ ବୃଦ୍ଧି । ୧୩ ପୁଲିସ କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ହିଂସାକୁ ନିୟନ୍ତ୍ରଣ କରିବାକୁ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ବନ୍ଦ ହୋଇଛି ଇଣ୍ଟରନେଟ୍‌ ସେବା । ଚାକିରି ସଂରକ୍ଷଣକୁ ନେଇ ଭୟଙ୍କର ରୂପ ଧାରଣ କରିଛି ବାଂଲାଦେଶ ହିଂସା । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ସରକାରୀ ସମ୍ପତ୍ତି ଜଳାପୋଡ଼ା ଏବଂ ଭଙ୍ଗାରୁଜା କରିଛନ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ଏବଂ ସ୍ମୋକ୍‌ ଗ୍ରେନେଡ୍‌ ମାଡ଼ କରିଛି । 

ଖବର ଲେଖାଯିବା ସୁଦ୍ଧା ମୃତ୍ୟୁସଂଖ୍ୟା ୧୦୦ ଛୁଇଁଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବାଂଲାଦେଶ ହିଂସାରେ ମୋଟ୍ ପ୍ରାଣ ହରାଇଲେଣି ୩୦୦ ଲୋକ । ସିରାଜଗଞ୍ଜରେ ଆନ୍ଦୋଳନକାରୀ ଏକ ଥାନା ଉପରେ ଆକ୍ରମଣ କରିବା ସହ ୧୩ ପୁଲିସ କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।  ହିଂସାକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଛି । ଇଣ୍ଟରନେଟ୍‌ ସେବା ବି ବନ୍ଦ ହୋଇଛି । ଫେସ୍‌ବୁକ୍‌, ହ୍ୱାଟ୍‌ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଏକ୍ସ ଭଳି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଉପରେ ରୋକ୍‌ ଲଗାଯାଇଛି । ସୋମବାରଠାରୁ ୩ ଦିନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । 

ସଦ୍ୟ ହିଂସାରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । ହସିନା ଚଳିତବର୍ଷ ଜାନୁଆରୀରେ ଲଗାତାର ଚତୁର୍ଥ ଥର ପାଇଁ  ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ, ଏଥର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି  ନିର୍ବାଚନ ଲଢ଼ି ନ ଥିଲା । ବିଏନ୍‌ପି ନିରପେକ୍ଷ ନିର୍ବାଚନ କରାଇବା ପାଇଁ ହସିନାଙ୍କ ଇସ୍ତଫା ଦାବି କରିଥିଲା । ନିର୍ବାଚନ ଫଳ ସାମ୍ନାକୁ ଆସିବା ପରେ ଦେଶରେ ହିଂସା ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏହା ପରେ ସରକାରୀ ଚାକିରିରେ ସଂରକ୍ଷଣକୁ ଗତମାସରୁ ଆନ୍ଦୋଳନ ଜାରି ରହିଛି । ବାଂଲାଦେଶର ସରକାର ୨୦୧୮ରେ ଭିନ୍ନ ଭିନ୍ନ ବର୍ଗରେ ମିଳୁଥିବା ୫୬% ସଂରକ୍ଷଣକୁ ବନ୍ଦ କରିଦେଇଥିଲେ । କିନ୍ତୁ ଚଳିତବର୍ଷ ଜୁନ ୫ରେ ହାଇକୋର୍ଟ ଏହି ନିଷ୍ପତ୍ତିକୁ ପଲଟାଇ ପୁଣି ସଂରକ୍ଷଣ ଲାଗୁ କରିଥିଲେ । ଏହାପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । 

ତେବେ ସୁପ୍ରିମକୋର୍ଟ ଜୁଲାଇ ୨୧ରେ ଏହି ନିଷ୍ପତ୍ତିକୁ ବଦଳାଇ ସଂରକ୍ଷଣ ସୀମା ୭%କୁ ଖସାଇ ଦେଇଛନ୍ତି । ପ୍ରଦର୍ଶନକାରୀମାନେ ଟ୍ୟାକ୍ସ ଏବଂ ବିଲ୍ ପଇଠ ନକରିବାକୁ ଦାବି କରିଥିଲେ । ଏହା ସହିତ ରବିବାର କାର୍ଯ୍ୟ ବନ୍ଦ ଅପିଲ୍ କରିଥିଲେ । ହେଲେ ରବିବାର ସରକାରୀ ଏବଂ ବେସରକାରୀ କାର୍ଯ୍ୟ ଖୋଲିଥିବାରୁ ଏହା ଉପରେ ହମଲା କରିଥିଲେ । ମୁଶିଗଞ୍ଜ ଅଞ୍ଚଳରେ ପୋଲିସ ପକ୍ଷରୁରୁ କୁହାଯାଇଛି, ପୂରା ଅଞ୍ଚଳ ଏବେ ଯୁଦ୍ଧଭୂମି ପାଲଟିଛି । ବିରୋଧ କରୁଥିବା ନେତାମାନେ ଆନ୍ଦୋଳନକାରୀଙ୍କୁ ଲାଠି ଧରିବାକୁ ଆହ୍ୱାନ ଦେଉଛନ୍ତି ବୋଲି ପୋଲିସ କହିଛନ୍ତି । ସେପଟେ ବାଂଲାଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଭାରତୀୟ ଉଚ୍ଚ ଆୟୋଗ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି । ସମସ୍ତଙ୍କୁ  ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସହାୟତା ପାଇଁ ହେଲ୍‌ପଲାଇନ୍‌ ବି ଜାରି ହୋଇଛି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.