ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଅବନି ଲେଖରାଙ୍କୁ ସ୍ୱର୍ଣ୍ଣ , ମୋନାଙ୍କୁ ମିଳିଲା କାଂସ୍ୟ ପଦକ

ନୂଆଦିଲ୍ଲୀ – ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଶୁଟର ଅବନି ଲେଖରା। ଶୁକ୍ରବାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ୧୦ ମିଟର ରାଇଫଲ ଏସଏଚ-୧ ସୁଟିଂ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି ଅବନି। ଅନ୍ୟପଟେ ସେହି ସମାନ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ କାଂସ୍ୟ ପଦକ ପାଇଛନ୍ତି। ମହିଳାଙ୍କର ୧୦ ମିଟର ଏୟାର ରାଇଫଲ ଫାଇନାଲରେ ଅବନି ଦମଦାର ପ୍ରଦର୍ଶନ କରି ପାରାଲିମ୍ପିକ୍ସ ରେକର୍ଡ ସହ ଗୋଲ୍ଡ ମେଡାଲ (ସ୍ୱର୍ଣ୍ଣ ପଦକ) ନିଜ ନାଁରେ କରିଛନ୍ତି। ଏହାସହ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତର ପଦକର ଖାତା ଖୋଲି ଯାଇଛି। ଭାରତ ପ୍ୟାରିସ୍‌ ପାରାଲିମ୍ପିକ୍ସ ଗେମ୍ସରେ ଦୁଇଟି ପଦକ ସହ ୯ମ ସ୍ଥାନରେ ପହଞ୍ଚି ଯାଇଛି। 

ଅବନି ଲେଖରା ପ୍ୟାରିସ ପାରାଲିମ୍ପିକ୍ସରେ ୧୦ମିଟର ଏୟାର ରାଇଫଲ ଷ୍ଟାଡିଂ ଏସଏଚ-୧ର ଫାଇନାଲରେ , ୨୪୯.୭ ସ୍କୋର ସହ ଟୋକିଓ ୨୦୨୦ରେ ନିଜର ହିଁ ପାରାଲିମ୍ପିକ୍ସ ରେକର୍ଡ ୨୪୯.୬ଠାରୁ ଖୁବ୍‌ ଭଲ କରିଛନ୍ତି। ସେ ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇପାରିଛନ୍ତି। 

ଅବନି ୩ ବର୍ଷ ପୂର୍ବେ ଟୋକିଓ ପାରାଲିମ୍ପିକ୍ସରେ ଏସଏଚ୍‌-୧ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଦେଶର ସବୁଠ ଅଧିକ ଚର୍ଚ୍ଚା ସାଉଁଟି ଥିବା ପାରା ଖେଳାଳି ହୋଇଥିଲେ। ସେ ଟୋକିଓ ପାରାଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ କାଂସ୍ୟ ପଦକ ଜିତିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.