ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ତିନି ପରାମର୍ଶଦାତା

ଭୁବନେଶ୍ୱର,୦୬/୦୬: ବିଜେଡିର  ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ବୁଧବାର ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ତାଙ୍କର ୩ଜଣ ପରାମର୍ଶଦାତା ଆର୍‌.ବାଲ୍‌କ୍ରିଷ୍ଣନ, ସୁରେଶ ଚନ୍ଦ୍ର ମହାପାତ୍ର ଓ ଉପେନ୍ଦ୍ର ତ୍ରିପାଠୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ  ବିଭାଗ ସମ୍ଭାଳିବା ପରେ ମୁଖ୍ୟ ଶାସନ  ସଚିବ ହୋଇଥିଲେ ଶ୍ରୀ ମହାପାତ୍ର ।  ମୁଖ୍ୟ ସଚିବ କାର୍ଯ୍ୟକାଳ ସରିବା ପରେ  ବି ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳକୁ ୧ ବର୍ଷ  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରେ  ତାଙ୍କୁ ଓଇଆର୍‌ସି ଦାୟିତ୍ୱ ଦିଆଯାଇଥିଲା ।  ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା ।  ସେହିପରି ବାଲକ୍ରିଷ୍ଣନ୍‌ ପୂର୍ବରୁ ରାଜ୍ୟ  ସରକାରଙ୍କ ଉନ୍ନୟନ କମିଶନର ଥିଲେ ।  ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା ।  ତ୍ରିପୁରାରେ ମୁଖ୍ୟ ଶାସନ ସଚିବ ଥିଲେ  ଓଡ଼ିଆ ଆଇଏଏସ୍‌ ଉପେନ୍ଦ୍ର ତ୍ରିପାଠୀ ।  ମାଣିକ ସରକାର ମୁଖ୍ୟମନ୍ତ୍ରୀ ଥିବା  ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ  ଥିଲେ । ଅବସର ପରେ ସେ ଓଡ଼ିଶା  ଆସି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା  ନିଯୁକ୍ତି ପାଇଥିଲେ । ଆଜି ୩ଜଣ ଯାକ  ପରାମର୍ଶଦାତା ତାଙ୍କ ପଦ ଛାଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.