ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଶାସନ ସଚିବ ଘଟଣାସ୍ଥଳରେ ପହଞ୍ଚି କଲେ ଅନୁଧ୍ୟାନ

ପୁରୀ, ୩୦।୫  : ନରେନ୍ଦ୍ର ପୁଷ୍କରିଣୀରେ  ବାଣ ବିସ୍ଫୋରଣ ଘଟଣାକୁ ନେଇ ମୁଖ୍ୟ ଶାସନସଚିବ ପ୍ରଦୀପ ଜେନା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।  ଏଥିସହ  ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଯାଇ ମଧ୍ୟ ଆହତଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କ ସହ ଘଟଣା ବିଷୟରେ ଶାସନସଚିବ ପ୍ରଦୀପ ଜେନା ଆଲୋଚନା  ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଏବଂ ଭକ୍ତଙ୍କ ଆହତ ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। କିଏ ଏବଂ କେଉଁ ପରିସ୍ଥିତିରେ ବାଣ ଫୁଟାଉ ଥିଲା ତା'ର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ପୁରୀ ପୋଲିସ। ପୁରୀ କୁମ୍ଭାରପଡ଼ା ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇ ବାଣ ବିସ୍ଫୋରଣକୁ ନେଇ ଆରମ୍ଭ ହୋଇଛି ତଦନ୍ତ। ତେବେ ବାଣ ଫୁଟାଇବା ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନକୁ ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ଏବଂ ଏସପି। ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ସେବା ମିଳିପାରିବ ସେଦିଗରେ ସରକାର ସମସ୍ତ ପଦକ୍ଷେପ ନେଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

 ସୂଚନାଯୋଗ୍ୟ ଯେ,  ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ବୁଧବାର ବାହାର ଚାପର ଶେଷ ଦିନ ଥିଲା । ତେଣୁ ନରେନ୍ଦ୍ରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥିଲା । ଦିନ ଚାପ ସରି ରାତି ଚାପ ଦେଖିବାକୁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଥିଲେ । ନରେନ୍ଦ୍ର ଦଶତୁଠରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଚାପ ଖେଳ ଦେଖୁଥିବା ବେଳେ ଏକ ବାଣ ଲକ୍ଷ୍ୟଭ୍ରଷ୍ଟ ହୋଇ ମହଜୁଦ୍‌ ଥିବାଶହ ଶହ ରକେଟ୍‌ ଓ ବମ୍‌ ଉପରେ ପଡ଼ିଥିଲା । ଫଳରେ ସେସବୁ ବାଣ ଏକକାଳୀନ ଫୁଟିବାରୁ ଉପସ୍ଥିତ ଶତାଧିକ ଲୋକଙ୍କ ଉପରକୁ ଛିଟିକି ପଡ଼ିଥିଲା । ନିମିଷକ ମଧ୍ୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ରକେଟ୍‌ ଥିବାରୁ ସେଠାରେ ଉପସ୍ଥିତ ୩୦ ଜଣଙ୍କ ଦେହହାତ ଜଳି ଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.