ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘କିଛି ଲୁଚାଇବୁ ନାହିଁ, ସବୁ କିଛି କହିବୁ’, ନିର୍ବାଚନୀ ବଣ୍ଡ ମାମଲାରେ ଭର୍ତ୍ସନା ପରେ ସୁପ୍ରିମକୋର୍ଟରେ କହିଲେ ଏସବିଆଇର ଓକିଲ ସାଲଭେ

ନୂଆଦିଲ୍ଲୀ,୧୮।୩:  ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୋମବାର ବରିଷ୍ଠ ଆଇନଜୀବି ହରିଶ ସାଲଭେ ସୁପ୍ରିମକୋର୍ଟଙ୍କ ଆଗରେ ଦେଇଛନ୍ତି ବଡ଼ ବୟାନ। ଏସବିଆଇ ପକ୍ଷରୁ ବରିଷ୍ଟ ଆଇନଜୀବି କହିଛନ୍ତି ଆମ ପାଖରେ ଯେଉଁ ସୂଚନା ରହିଛି, ତାହା ସବୁ ପ୍ରଦାନ କରାଯିବ। ଏହି ସୂଚନା  ପ୍ରାସଙ୍ଗିକ ହେଉ କିମ୍ବା ଅଣ ପ୍ରାସଙ୍ଗିକ, ସବୁ କିଛି କୁହାଯିବ। ସେ କହିଛନ୍ତି, ଆମେ ଚାହୁଁନୁ କେଉଁଠିକୁ ଯିବୁ ଏସବିଆଇ କିଛି ଲୁଚାଉଛି। ହରିଶ ସାଲଭେ କହିଛନ୍ତି, ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ନିଷ୍ପତ୍ତି ବହୁତ ବଡ ନିଷ୍ପତ୍ତି। ଏହା ଟ୍ରାନ୍ସପରେନ୍ସି ଓ ଭୋଟରଙ୍କ ଅଧିକାର ସହ ଜଡିତ ମାମଲା। 

ଉଲ୍ଲେଖନୀୟ ଯେ, ସୁପ୍ରିମକୋର୍ଟ ଆଜି ବି ଏସବିଆଇକୁ ଭର୍ତ୍ସନା କରିଥିଲେ, ତାଙ୍କୁ ଏହି ମାମଲା ସମ୍ପର୍କିତ ସବୁ ଡିଟେଲ କହିବାକୁ ହେବ ବୋଲି କହିଛନ୍ତି। ଏହି ମାମଲାରେ ସାଲଭେ କହିଛନ୍ତି, ଏହି ନିଷ୍ପତ୍ତି ଏହି ସବୁ ଜିନିଷ ପାଇଁ ନିଆଯାଇନଥିଲା ଯେ, ନିଷ୍କ୍ରିୟ ପିଆଇଏଲ ଉଦ୍ୟୋଗକୁ ଜନ୍ମ ଦେଉ।  ଏହା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ  ନହେବା ଦରକାର, ଯେଉଁଠି ଲୋକ ଜନସ୍ବାର୍ଥ ମାମଲା ଦାଖଲ କରୁଛନ୍ତି ଏହି ବ୍ୟକ୍ତିର ଯାଞ୍ଚ କର ଓ ସେହି ବ୍ୟକ୍ତିର ଯାଞ୍ଚ କର। 

ସୁପ୍ରିମକୋର୍ଟ ସୋମବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୟୁନିକ୍ ବଣ୍ଡ ନମ୍ବର ସମ୍ପର୍କିତ ସମସ୍ତ ସୂଚନା ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଖୁଲାସା କରିବାର ନିର୍ଦେଶ ଦେଇଛି। ୟୁନିକ୍ ବଣ୍ଡ ନମ୍ବରରୁ କିଣାକିଣି ଓ ପ୍ରାପ୍ତକର୍ତ୍ତା ରାଜନୈତିକ ଦଳର ଭିତରେ ରାଜନୈତିକ ସମ୍ପର୍କର ଖୁଲାସା ହେବ। ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବଧୀନ ୫ ସଦସ୍ୟ ବିଶିଷ୍ଠ ଖଣ୍ଡପୀଠ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଏସବିଆଇକୁ ବଣ୍ଡର ସବୁ ସୂଚନାର ଖୁଲାସା କରିବାକୁ ହେବ।  ଏସବିଆଇ ଚେୟାରମ୍ୟାନ୍‌କୁ  ୨୧ ମାର୍ଚ୍ଚ  ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏଥିରେ ବ୍ୟାଙ୍କ ସବୁ ବିବରଣୀର ଖୁଲାସା କରାଯାଉ। ଖଣ୍ଡପୀଠରେ ନ୍ୟାୟମୂର୍ତ୍ତୀ ସଞ୍ଜୀବ ଖନ୍ନା, ନ୍ୟାୟମୂର୍ତ୍ତି ବିଆର ଗଭଇ, ନ୍ୟାୟମୂର୍ତ୍ତି ଜେବି ପାରଦିଓ୍ବାଲା ଓ ନ୍ୟାୟମୂର୍ତ୍ତି ମନୋଜ ମିଶ୍ରା ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.