ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ମାଓବାଦିଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ଆହତ

ମାଲକାନଗିରି, ୭।୧୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଚାଲିଛି । ବିଶେଷ କରି ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ନିର୍ବାଚନ ବେଳେ ପାଟ୍ରୋଲିଂ କରୁଥିବା ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି ମାଓବାଦୀ । ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା । ୨୦୬ କୋବ୍ରା ବାଟାଲିଆନର ଯବାନ ଶ୍ରୀକାନ୍ତଙ୍କ ଚିକିତ୍ସା କରିବା ଲାଗି ତାଙ୍କୁ ସିଆରପିଏଫ୍ କ୍ୟାମ୍ପକୁ ନିଆଯାଇଛି । ତୋଡ଼ାମାରକା ଏରିଆରେ ଯବାନମାନେ ଅପରେସନ କରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଅଧିକ ଯବାନ ପହଁଞ୍ଚି କମ୍ବିଂ ଅପରେଶନ୍ ଚଳାଇଛନ୍ତି ।

ଅନ୍ୟ ବୁଥ୍ଗୁଡ଼ିକରେ କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ ହୋଇଛି । ମଙ୍ଗଳବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି । ବିଶେଷ କରି ମାଲକାନଗିରିର ପଡ଼ୋଶୀ ଜିଲ୍ଲା ସୁକୁମା ଜିଲ୍ଲାର ଏକ ମାତ୍ର କୋଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମୋଟ୍ ୨୩୦ଟି ବୁଥ୍ ମଧ୍ୟରୁ ୪୨ଟି ଅତିସମ୍ବେଦନଶୀଳ ମାଓପ୍ରବଣ ଅଞ୍ଚଳର ବୁଥକୁ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିଙ୍ଗ ପାର୍ଟି ପହଁଞ୍ଚିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ବିଭିନ୍ନ ବୁଥ୍ ଗୁଡ଼ିକରେ ଆଗ୍ରହ ସହକାରେ ମତଦାନ ଦେବା ପାଇଁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଆସନ ପାଇଁ ମୁଖ୍ୟତଃ ଭାଜପା, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ତିନିଜଣ ରଣାଙ୍ଗନରେ ଅବର୍ତୀର୍ଣ୍ଣ ହୋଇଛନ୍ତି ।

ଛତିଶଗଡ଼ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ମୋଟ୍ ୧୧୮୧ ପ୍ରାର୍ଥୀ ରହିଛନ୍ତି । ଛତିଶଗଡ଼ ରାଜ୍ୟର ୧୨ଟି ଜିଲ୍ଲାରେ ମଙ୍ଗଳବାର ମତଦାନ ହେଉଛି । ସେଥିମଧ୍ୟରେ ମାଓପ୍ରବଣ ୭ଟି ଜିଲ୍ଲାର ୨୦ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଆଜି ନିର୍ବାଚନ ହୋଇଛି । ମାଓବାଦୀମାନେ ନିର୍ବାଚନକୁ ବିରୋଧ କରୁଥିବାରୁ ନିର୍ବାଚନୀ ହିଂସା ଆଶଙ୍କାରେ ୧୦ ବାଟାଲିୟନ୍ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ମୁତୟନ କରାଯାଇଛି । ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମାଲକାନଗିରିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବିଶେଷ କରି କୋଣ୍ଟା ନିର୍ବାଚନ ମଣ୍ଡଳୀର ସୁକୁମା ଜିଲ୍ଲା ବୁରୁଦି ପ୍ରାଥମିକ ବିଦ୍ୟାଳୟ ବୁଥ୍‌ରେ ୧୮ବର୍ଷର ନୂତନ ଭୋଟର ସହିତ ଅନ୍ୟ ଭୋଟରମାନେ ଆଗ୍ରହ ସହ ନିଜ ନିଜ ମତଦାନ କରିଛନ୍ତି । ସୁକୁମା ଜିଲ୍ଲାରେ ଅନେକ ଓଡ଼ିଆ ରହୁଥିବାରୁ ଓଡ଼ିଆ ଭୋଟର ମଧ୍ଯ ଏହି ନିର୍ବାଚନରେ ଅଂଶଗ୍ରହଣ କରି ମତଦାନ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇ ନିଜ ନିଜ ମତଦାନ ସାବ୍ୟସ୍ଥ କରିଛନ୍ତି ।

 

Copyright © 2022 - Summa Real Media Private Limited. All Rights Reserved.