ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିଜୟ ମାଲ୍ୟାଙ୍କ ପୁଅ ବାହାଘରରେ ଯୋଗ ଦେଲେ ଲଳିତ ମୋଦି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁଇ ପଳାତକଙ୍କ ଫଟୋ

ନୂଆଦିଲ୍ଲୀ,୨୪।୬: ଭାରତର ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକେଇ କରି ଏବେ ବିଦେଶରେ ଅଛନ୍ତି ଏବେ ବିଜୟ ମାଲ୍ୟା। ନିକଟରେ ସରିଛି ପଳାତକ ମଦ ବ୍ୟବସାୟୀ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥଙ୍କ ବିବାହ। ସିଦ୍ଧାର୍ଥଙ୍କ ବିବାହ ସମାରୋହରେ ପରିବାର ଓ ବନ୍ଧୁଙ୍କ ସହ ବହୁ ଲୋକ ବ୍ରିଟେନ୍ର ହର୍ଟଫୋର୍ଡଶାୟରରେ ଏକାଠି ହୋଇଥିଲେ। ହେଲେ ସବୁଠାରୁ ବଡ଼ କଥା ଥିଲା ଏଥିରେ ସାମିଲ ହୋଇଥିଲେ ଭାରତର ଆଉ ଜଣେ ପଳାତକ ବ୍ୟବସାୟୀ। ସେ ହେଉଛନ୍ତି ଲଳିତ ମୋଦି। ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋରେ ଲଳିତ ମୋଦି ମଧ୍ୟ ବିବାହ ସମାରୋହରେ ଅଛନ୍ତି।  

ଲଳିତ ମୋଦି ହେଉଛନ୍ତି ଭାରତର ପ୍ରସିଦ୍ଧ କ୍ରିକେଟ ଲିଗ୍ ଆଇପିଏଲର ପୂର୍ବତନ କମିଶନର ରହି ସାରିଛନ୍ତି।  ଆଇପିଏଲରେ ଆର୍ଥିକ ଅନିୟମିତା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ଲଳିତଙ୍କ ବିରୋଧରେ ଟ୍ୟାକ୍ସ ଚୋରି, ଲୋନ୍ ଠକେଇ ଓ ମନି ଲଣ୍ଡରିଂ ଭଳି ମାମଲା ମଧ୍ୟ ଚାଲିଛି। ଆଇପିଏଲ ୨୦୧୦ ସିଜିନ୍ ପରେ ଲଳିତ ମୋଦିଙ୍କୁ ବିସିସିଆଇ ନିଲମ୍ବିତ କରିଥିଲ। ତାଙ୍କ ଉପରେ ଆର୍ଥିକ ଅନିୟମିତତା ଓ ର୍ଦୁବ୍ୟବହାର ଅଭିଯୋଗ ଥିଲା, ଏହାପରେ ସେ ଏହି ନିଷ୍ପତ୍ତି ନେଇଥିଲେ।

ବିସିସିଆଇ ଲଳିତ ମୋଦିଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ସେ ଆଇପିଏଲର ଗଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ୍‌ ଭାବରେ କାମ କରି ୭୫୩ କୋଟି ଟଙ୍କାର ଠକେଇ କରିଥିଲେ। ଏହି ଠକେଇ ସେ ଓ୍ବାର୍ଲ୍ଡ ସ୍ପୋର୍ଟସ୍ ଗ୍ରୁପ୍ର ଅଧିକାରୀଙ୍କ ସହିତ ମିଶି କରିଥିଲେ। ସିଦ୍ଧାର୍ଥ ମାଲ୍ୟାଙ୍କ ବିବାହରେ ଲଳିତ ମୋଦିଙ୍କ ବ୍ୟତୀତ ପରିବାରର ଅନ୍ୟ ସମ୍ପର୍କିତ ଥିଲେ।ସିଦ୍ଧାର୍ଥ ଓ ଜସ୍ମିନ୍ ପୂର୍ବରୁ ଇଶାଇ ଧର୍ମ ଅନୁସାରେ ବିବାହ କରିଥିଲେ, ଏହାପରେ ହିନ୍ଦୁ ରୀତି ନୀତି ଅନୁସାରେ ଦୁହେଁ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.