ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ଞାନବ୍ୟାପୀ ମାମଲାରେ ମୁସଲମାନ ପକ୍ଷକୁ ଝଟକା: ପୂଜା ବନ୍ଦ ହେବନି କହିଲେ ହାଇକୋର୍ଟ, ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୨।୨: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ଝଟକା। ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ହିନ୍ଦୁ ପକ୍ଷକୁ ମସଜିଦର ଦକ୍ଷିଣ ତହଖାନାରେ ପୂଜା କରିବାର ଅନୁମତି ଦେଇଛନ୍ତି।। ଯାହାଫଳରେ  ମୁସଲମାନ ପକ୍ଷରୁ ଲାଗିଛି ବଡ଼ ଝଟକା। ଏହା  ଅଞ୍ଜୁମନ ଇତଜାମିଆ ସମଜିଦ କମିଟି କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ୧୭ ଜାନୁଆରୀର ରାୟକୁ ଚ୍ୟାଲେଞ୍ଜ ଦିଆଯାଇନି, କିଛି କରିହେବନି। କୋର୍ଟ ପୂଜା ବନ୍ଦ କରିବା ନେଇ ଦିଆଯାଇଥିବା ଆବେଦନକୁ ଖାରଜ କରିବା ସହ ମସଜିଦ୍‌ କମିଟିକୁ ୬ ଫେବୃଆରୀ ପର୍ଯ୍ୟନ୍ତ ନିଜର ଅପିଲରେ ସଂଶୋଧନ କରିବାକୁ କହିଛନ୍ତି। ଏବେ ମାମଲାର ଆଗାମୀ ଶୁଣାଣି ୬ ଫେବୃଆରୀ ମଧ୍ୟାହ୍ନ ୨ଟା ରେ କରାଯିବ।

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ‘ତହଖାନାରେ ପୂଜାପାଠ ଯେମିତି ଚାଲିଛି ସେମିତି ଚାଲିବ। ଏଥିରେ କେହି ବାଧାସୃଷ୍ଟି କରି ପାରିବେ ନାହିଁ। ଆସନ୍ତା ୬ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ତେଣୁ ୬ ତାରିଖ ମଧ୍ୟରେ ମସଜିଦ କମିଟି ଆବେଦନରେ ସଂଶୋଧନ କରୁ। ବିଚାରପତି ରଞ୍ଜନ ଅଗ୍ରଓ୍ବାଲଙ୍କ ଖଣ୍ଡପୀଠ କହିଛନ୍ତି, ୧୭ ଜାନୁଆରୀ ୨୦୨୪ର ନିର୍ଦେଶକୁ ଚ୍ୟାଲେଞ୍ଜ ଦିଅନ୍ତୁ। ଉଲ୍ଲେଖନୀୟ  ଗତ ଜାନୁଆରୀ ୩୧ ତାରିଖରେ ମସଜିଦ ଭିତରେ ପୂଜାର୍ଚ୍ଚନା ଲାଗି ବାରଣାସୀ ହାଇକୋର୍ଟ ଅନୁମତି ଦେବା ପରେ ମୁସଲିମ ପକ୍ଷ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ । ଯାହାର ଶୁଣାଣି କରି ଆଜି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.