ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଟିଏ ରନୱେରେ ଦୁଇଟି ବିମାନର ଉଡ଼ାଣ ଓ ଅବତରଣ, ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

ନୂଆଦିଲ୍ଲୀ,୯।୬:  ଏକ ସମୟରେ ଗୋଟିଏ ରନୱେରେ ଉଡ଼ାଣ ଓ ଅବତରଣ କରିଛନ୍ତି ଦୁଇଟି ବିମାନ। ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶତାଧିକ ଯାତ୍ରୀ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲରେ ଏହି ବଡ ଦୁର୍ଘଟଣା ଘଟିବାକୁ ଅଳ୍ପକେ ରକ୍ଷା ପାଇଯାଇଛି।  ମାତ୍ର କିଛି ମୁହୂର୍ତ୍ତର ବ୍ୟବଧାନ ମଧ୍ୟରେ ଏପରି ଘଟିଥିବାରୁ ଶହ ଶହ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଇନ୍ଦୋରରୁ ଇଣ୍ଡିଗୋ ବିମାନ ମୁମ୍ବାଇ ଆସୁଥିବା ବେଳେ ଏୟାର ଇଣ୍ଡିଆ ବିମାନ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିଲା। ଏହି ଦୁଇ ବିମାନ ଗୋଟିଏ ରନୱେରେ ଉଡ଼ାଣ ଓ ଅବତରଣ କରୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଫୁଟେଜ୍‌ରେ ଦେଖିପାରିବେ ଯେ, ଏୟାର ଇଣ୍ଡିଆର ବିମାନ ଦ୍ରୁତ ଗତିରେ ଆଗକୁ ବଢୁଛି ଓ ଇଣ୍ଡିଗୋର ବିମାନ ପଛରେ ଲ୍ୟାଣ୍ଡ କରୁଛି। 

ଘଟଣା ଶନିବାର ସକାଳର ବୋଲି କୁହାଯାଉଛି।  ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରନଓ୍ବେ ଉପରେ ବଡ ଦୁର୍ଘଟଣା ଘୁଞ୍ଚି ଯାଇଛି।  ଇଣ୍ଡିଗୋ ଫ୍ଲାଇଟ୍‌ ୫୦୫୩ କୁ ରନଓ୍ବେ ୨୭ରେ ଅବତରଣ କରିବାର ଥିଲା, ଠିକ୍ ସେତେବେଳେ ଏୟାର ଇଣ୍ଡିଆର ବିମା ୬୫୭ ସେତେବେଳେ ଉଡାଣ ଆରମ୍ଭ କରିନଥିଲା। ଏୟାର ଇଣ୍ଡିଆର ବିମାନକୁ ଥିରୁଅନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଡାଣ ଭରିଥିଲା। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମନାକୁ ଆସିଛି। ଫୁଟେଜ୍‌ରେ ଦେଖିବାକୁ ମିଳିଛି, ଏୟାର ଇଣ୍ଡିଆାର ବିମାନ ରନଓ୍ବେରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓ ଇଣ୍ଡିଗୋର ବିମାନ ପଛରେ ଲ୍ୟାଣ୍ଡ କରୁଛି। ତେବେ ଯେତେବେଳେ ଇଣ୍ଡିଗୋର ବିମାନ ଏୟାର ଇଣ୍ଡିଆ ବିମାନ ନିକଟରେ ପହଁଞ୍ଚିଥିଲା ସେତେବେଳେ ଉଡାଣ ଭରିସାରିଥିଲା। ଭିଡିଓ ଦେଖି ଜାଣି ହେଉଛି ଏହାଦ୍ବାରା ଏକ ବଡ ଦୁର୍ଘଟଣା ହୋଇପାରିଥାନ୍ତା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.