ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇବ୍ରାହିମ୍ ରଇସିଙ୍କ ମୃତ୍ୟୁରେ ଜାତିଂସଘରେ ଶୋକ ସଭା, ରାଗରେ ଇସ୍ରାଏଲର ପ୍ରତିନିଧି କଲେ ହଙ୍ଗାମା

ନୂଆଦିଲ୍ଲୀ,୨୧।୫:  ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁକୁ ନେଇ ଭାରତ ସହିତ ଦୁନିଆର ବହୁ ଦେଶ ଶୋକ ଘୋଷଣା କରିଛନ୍ତି। ହେଲିକପ୍ଟର କ୍ରାସ୍‌ରେ ମୃତ ଇରାନର ରାଷ୍ଟ୍ରପତିଙ୍କ ପାଇଁ ସାରା ଦୁନିଆର ନେତା ଓ ସଂସ୍ଥା ଶୋକ ପ୍ରକାଶ କରିଛନ୍ତି। ସୋମବାର ଜାତିସଂଘର ସୁରକ୍ଷା ପରିଷଦର ବୈଠକରେ ଇବ୍ରାହିମ୍ ରଇସିଙ୍କ ମୃତ୍ୟୁକୁ ନେଇ ଏକ ମିନିଟର ନିରବ ପ୍ରାର୍ଥନା କରିଥିଲେ। କିନ୍ତୁ ଏହି ସମୟରେ ଅଦ୍ଭୁତ ସ୍ଥିତି ଦେଖିବାକୁ ମିଳିଥିଲା। ଜାତିସଂଘରେ ଇସ୍ରାଏଲର ପ୍ରତିନିଧି ଗିଲାଡ ଏର୍ଡେନ ଆପତ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଏଭଳି କରିବା ଠିକ୍ ନୁହେଁ। 

ଇରାନ ନ୍ୟୁଜ ଏଜେନ୍ସି ଆଇଆରଏନ୍‌ଏ ଅନୁସାରେ, ସାରା ଦୁନିଆର ପ୍ରତିନିଧି ନିରବ ଥିଲେ, କିନ୍ତୁ ଇସ୍ରାଏଲ ପ୍ରତିନିଧି କରିଥିଲେ ହଙ୍ଗାମା। ସେ କହିଥିଲେ ଆଜି ଜାତିସଂଘର ସୁରକ୍ଷା ପରିଷଦରେ ଇରାନ ରାଷ୍ଟ୍ରପତିଙ୍କ ପାଇଁ ଏକ ମିନିଟର ଶୋକ ସଭା ରଖାଯାଇଛି। ସୁରକ୍ଷା ପରିଷଦର ଆଗାମୀ ପଦକ୍ଷେପ କ’ଣ ହେବ ? କ’ଣ ଏବେ ହିଟଲରଙ୍କ ପୁଣ୍ୟତିଥିରେ ମଧ୍ୟ ମଉନ ରହିବେ ? ଇସ୍ରାଏଲ ପ୍ରତିନିଧି ଲଗାତାର ପ୍ରଶ୍ନ ଉଠାଉଛନ୍ତି। କେବଳ ସେତିକି ନୁହେଁ ଇରାନ ଏଜେନ୍ସି ଦାବି କରିଛି ଯେ, ଇସ୍ରାଏଲର ଅଧିକାରୀ ଏତିକିରେ ରାଗିଯାଇଥିଲେ। ସେ କହିଥିଲେ ସୁରକ୍ଷା ପରିଷଦ ନିଜେ ବିଶ୍ବ ଶାନ୍ତି ପାଇଁ ବିପଦ ପାଲଟି ସାରିଛି।

କୁହାଯାଉଛି ଯେ, ମିଟିଂ ହଲ୍ ଭିତରେ ଗିଲାଡ ଏର୍ଡେନ ଏକ ପୋଷ୍ଟର ନେଇ ଠିଆ ହୋଇଥିଲେ। ଯେଉଁଥିରେ ଇବ୍ରାହିମଙ୍କୁ ନେଇ ଆପତ୍ତିଜନକ କଥା ଲେଖିଥିଲେ। କେବଳ ସେତିକି ନୁହେଁ ଇସ୍ରାଏଲ ଅଧିକାର କହିଥିଲେ, ଏବେ ଯେଉଁ ଭଳି ସ୍ଥିତି ରହିଛି କ’ର ଆଗାମୀ ଥର ହିଟଲରଙ୍କ ପୁଣ୍ୟତିଥିରେ ମଧ୍ୟ ଶୋକ ସଭା ପାଳନ କରାଯିବ। ଏହି ସଂସ୍ଥା ଇସ୍ରାଏଲର ବନ୍ଧକଙ୍କ ପାଇଁ କିଛି ପଦକ୍ଷେପ ଗ୍ରହଣ କଲାନି। ଆଜି ଏଭଳି ଲୋକଙ୍କ ପାଇଁ ମୁଣ୍ଡ ନୁଆଁଉଛନ୍ତି, ଯିଏ ହଜାର ହଜାର ଲୋକଙ୍କ ହତ୍ୟା ପାଇଁ ଦାୟୀ।ଇସ୍ରାଏଲର ପ୍ରତିନିଧି ରାଗରେ ବିରୋଧ କରିଥିଲେ ମଧ୍ୟ ଆମେରିକାର ପ୍ରତିନିଧି ନିରବ ରହିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.