ରାୟଗଡ଼ା, ୩୧।୮: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ। ଭିଜିଲାନ୍ସ ହାତରେ ଧରାପଡିବା ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ରାୟଗଡ଼ା ସହରର ରାଣୀଗୁଡା ସ୍ଥିତ ନିଜ ଘରେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମାଝୀ ମାଣ୍ଡିବିସି ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ହାତରେ କନିଷ୍ଠ ଯନ୍ତ୍ରୀ ଧରାପଡିଥିଲେ। ଘରେ ଟଙ୍କା ସହିତ ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ଭର୍ତ୍ତି କରିଥିଲେ । ଅପରପକ୍ଷରେ ଭିଜିଲାନ୍ସ ଅତିରିକ୍ତ ଏସପି ଓ ଇନ୍ସପେକ୍ଟର ତରୁଲତା ବେହେରା ଘଟଣାର ତଦନ୍ତ କରୁଛନ୍ତି । ସେ ସୁସ୍ଥ ହେବାପରେ ଅଧିକ ତଦନ୍ତ କରିବ ଭିଜିଲାନ୍ସ।