ପ୍ରମୂଖ ଖବର
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବୁଧବାର କାଳୀ ଭସାଣ, କଟକରେ ସକାଳ ୮ରୁ ଟ୍ରାଫିକ କଟକଣା

କଟକ,୧୪/୧୧: କାଳୀ ମେଢ଼ ଭସାଣି ପାଇଁ  କଟକ ସହରର ମୁଖ୍ୟ ରାସ୍ତା ଓ କିଛି ଗଳି ରାସ୍ତାରେ ଟ୍ରାଫିକ୍‌  କଟକଣା ଜାରି କରାଯାଇଛି । ଏହା ୧୫ ତାରିଖ ବୁଧବାର  ସକାଳୁ ଆରମ୍ଭ ହୋଇ ବିସର୍ଜନ ଶେଷ ପର୍ଯ୍ୟନ୍ତ ରହିବ । 

ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଖ ସିଡିଏ ମାର୍କଟେ  କଂପ୍ଲେକ୍ସଠାରୁ ଗାଡ଼ି ଗୁଡ଼ିକ ରାଣୀହାଟ ହିନ୍ଦ୍‌ ସିନେମା ବା  କ୍ଲକ୍‌ ଟାୱାର ଛକକୁ ଯାଇପାରିବ ନାହିଁ । ମେଢ଼ ଗଲା ବେଳେ  ବମ୍ୱେ ହୋଟେଲ୍‌ ଛକପଟୁ କଲେଜଛକକୁ ଗାଡ଼ି ଆସିବ  ନାହିଁ । ମାଲଗୋଦାମ ଷ୍ଟେଟବ୍ୟାଙ୍କ ପଟୁ ପ୍ରିଲ୍‌ଗ୍ରିମ ରୋଡ୍‌ଦେଇ  କଲେଜ ଛକକୁ ଗାଡ଼ି ଯିବନି । ମୋଚିସାହି ଛକରୁ ରାଣୀହାଟ  ହାଇସ୍କୁଲ ଦେଇ ଘଣ୍ଟା ଘର ଛକକୁ ଗାଡ଼ି ଯାଇପାରିବ ନାହିଁ । ମେଢ଼ଗୁଡ଼କି ରାଣୀହାଟ ଛକ ପାସ୍‌ କଲା ବେଳେ  ବଜ୍ରକବାଟି ଛକପଟୁ ରାଣୀହାଟ ଛକକୁ ଗାଡ଼ି ଆସିବ ନାହିଁ ।  

ସେହିପରି ମଙ୍ଗଳାବାଗ ଛକ ଅତିକ୍ରମ କଲା ବେଳେ  କାଠଗୋଲା ଓ ବଣିଆସାହି ପଟୁ ଗାଡ଼ି ଗୁଡ଼ିକ ମଙ୍ଗଳାବାଗ  ଯିବନି । ହାୱଡାମୋଟର ଛକ ପାସ୍‌ କଲା ବେଳେ ମାତାମଠ ଛକ  କିମ୍ୱା ଭିଜିଲାନ୍ସ ଗଡ଼ାରୁ ଗାଡ଼ି ଆସିପାରିବ ନାହିଁ । ମଣିସାହୁ ଛକ  ଓ ମସ୍ତାନ୍‌ ଦରଘା ଛକ ଅତିକ୍ରମ କଲାବେଳେ ଗିର୍ନାର୍‌ ହୋଟେଲ୍‌  ଛକ ପଟୁ ଗାଡ଼ି ଗଡ଼ିବ ନାହିଁ । ବକ୍ସିବଜାର ଛକ ପାସ୍‌ କଲା ବେଳେ  ‘ସମାଜ' ଅଫିସ ଛକ ପଟୁ କିମ୍ୱା ବେପାରୀ ସାହି ଦୁର୍ଗା ଘର ପଟୁ  ଗାଡ଼ି ଆସିବ ନାହିଁ । ପ୍ରଭାତ ସିନେମା ଛକ ଅତିକ୍ରମ କଲାବେଳେ  ମେରିଆବଜାର ଛକ କିମ୍ବା ପଟାପୋଲ ଗଳି ପଟୁ ଗାଡ଼ିଗୁଡ଼ିକ  ଆସିବ ନାହିଁ । ଜେଲେ୍‌ ରୋଡ୍‌ ଛକ ପାସ୍‌ କରିବା ସମୟରେ  ହାତୀପୋଖରୀ ଛକରୁ ଗାଡ଼ି ଆସିବ ନାହିଁ । 

ଗୌରୀଶଙ୍କର  ପାର୍କ ସମ୍ମୁଖରେ ମେଢ଼ ପାସ୍‌ କଲା ବେଳେ ରେଭେନ୍ସା ବାଳିକା  ବିଦ୍ୟାଳୟ ସାମ୍ନା ଓ ପଢ଼ିହାରୀ ପାଠାଗାର ଅଭିମୁଖେ ଗାଡ଼ି ଆସିବ ନାହିଁ । ହାଇକୋର୍ଟ ଛକଠାରୁ ଗାଡ଼ିଗୁଡ଼ିକ ବାଲୁବଜାର  ଆଡକୁ ଯିବନି । ସେହିପରି ବାଲୁବଜାର ଛକଠାରୁ କୌଣସି  ଗାଡ଼ି ଚୌଧୁରୀ ବଜାର ଅଭିମୁଖେ ଯାଇପାରିବ ନାହିଁ । ସିଏମ୍‌ସି  ଅଫିସ ପୁରୁଣା ଗେଟ୍‌ ପାଖରୁ ଗାଡ଼ି ଗୁଡ଼ିକ ପୂର୍ଣ୍ଣସାହୁ ଛକକୁ  ଯିବନି । ନନ୍ଦିସାହି ପଟୁ ଗାଡ଼ିଗୁଡ଼ିକ ଆପଣଙ୍କ ହୋଟେଲ ଦେଇ  ପୂର୍ଣ୍ଣସାହୁ ଛକକୁ ଆସିବ ନାହିଁ । ତଳତେଲେଙ୍ଗା ବଜାର ପଞ୍ଚମୁଖୀ  ଚୌରା ଛକରୁ ଗାଡ଼ିଗୁଡ଼ିକ କାଠଯୋଡ଼ି ରିଙ୍ଗ୍‌ ରୋଡ୍‌ ରାସ୍ତାକୁ  ଆସିବନି । ଖାନ୍‌ନଗର ମଲାଚଣ୍ଡିଆ ଛକରୁ କିମ୍ୱା ହୋଟେଲ୍‌  ବ୍ଲୁ-ଲାଗୁନ୍‌ ଛକ ପଟରୁ ପୁରୀଘାଟ ଆଡ଼କୁ ଗାଡ଼ି ଆସିପାରିବ  ନାହିଁ ବୋଲି ଟ୍ରାଫିକ୍‌ ଏସିପି ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.