ନିଶ୍ଚିନ୍ତକୋଇଲି,୧୪/୦୮: ନେମାଳରେ ଲୋମଟାଙ୍କୁରା ଘଟଣା । ବରପଡା ପୋଲ ଉପରୁ ନାବାଳକ ପୁଅକୁ ଧରି ଲୁଣା ନଦୀକୁ ଡେଇଁଲେ ମା । ପୁଅର ମୃତଦେହ ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ମା’ଙ୍କର କୌଣସି ପତା ମିଳିନଥିବା ସୂଚନା ଦେଇଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁଯାୟୀ, ନାବାଳକ ପୁଅକୁ ଧରି ବରପଡା ପୋଲ ଉପରୁ ଲୁଣା ନଦୀକୁ ଡେଇଁଲେ ମା' । ଏହା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତନ୍ମଧ୍ୟରୁ ନଦୀରୁ ପୁଅର ମୃତଦେହ ଉଦ୍ଧାର ହୋଇଛି । ଏପର୍ଯ୍ୟନ୍ତ ମା’ଙ୍କର ପତା ମିଳିପାରି ମାହିଁ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ ବିବାଦରୁ ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।