କାମାକ୍ଷାନଗର,୨୮/୦୯: ବିଦ୍ୟୁତ ଆଘାତରେ ଆଖି ବୁଜିଲା ଦେଢ ବର୍ଷର ଶିଶୁ ପୁତ୍ର । ମୃତକ ବାମ ଗ୍ରାମ ହନୁମନ୍ତିଆ ସାହିର ପୂର୍ଣ୍ଣଚନ୍ଦ୍ର ସାଏଙ୍କ ଦେଢ଼ ବର୍ଷର ପୁଅ ରାଜେଶ ସାଏ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରାଜେଶ ଘରେ ଏକାକି ଖେଳୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଶିଶୁ ପୁତ୍ରର ଚିତ୍କାର ଶୁଣି ମାଆ ଶିବାନୀ ସାଏ ପୁଅକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଏହି ଘଟଣା ସମ୍ୱନ୍ଧରେ ମହାବିରୋଡ଼ ପୋଲିସକୁ ଖବର ଦେଇଥିଲେ ରାଜେଶଙ୍କ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମତଦେହ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । ଏନେଇ ବାମ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।