ତେଲ ଅଭିଭ୍ : ଇସ୍ରାଏଲ ହମଲାରେ ଥରହର ଲେବାନନରେ ପଳାୟନର ସମୟ ଜାରି ରହିଛି। ହିଜବୁଲ୍ଲାର ବରିଷ୍ଠ କମାଣ୍ଡର ସୈୟଦ ହସନ ନସରଲ୍ଲାହଙ୍କର ମୃତ୍ୟୁ ହୋଇ ସାରିଛି, ସେପଟେ ଇସ୍ରାଏଲର ହମଲା ଏବେ ବି ଜାରି ରହିଛି। ଏହି ମଧ୍ୟରେ ଲେବାନନରେ ମଧ୍ୟ ଗାଜା ଭଳି ସ୍ଥିତି ଉପୁଜିଛି। ଇସ୍ରାଏଲର ସୀମାକୁ ଲାଗି ଦକ୍ଷିଣ ଲେବାନନର ଲୋକେ ନିଜର ଜରୁରୀ ଜିନିଷକୁ ନେଇ ସୁରକ୍ଷିତ ସ୍ଥାନକୁ ପଳାୟନ କରିବାରେ ଲାଗି ପଡ଼ିଛନ୍ତି।
କେବଳ ଏତିକି ନୁହେଁ ପାଖାପାଖି ଏକ ଦଶକରୁ ଗୃହ ଯୁଦ୍ଧର ସମସ୍ୟାରେ ପଡ଼ିଥିବା ସିରିଆରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯାଉଛନ୍ତି। ସଂଯୁକ୍ତ ରାଷ୍ଟ୍ର ମଞ୍ଚର ରିପୋର୍ଟ ଅନୁସାରେ, ପାଖାପାଖି ଲକ୍ଷେ ଲୋକ ସିରିଆରେ ଏଣ୍ଟ୍ରି କରି ସାରିଛନ୍ତି। ପାଖାପାଖି ଦୁଇ ଦିନରେ ଲେବାନନରୁ ସିରିଆରେ ପଳାୟନ କରୁଥିବା ଲୋକଙ୍କ ସଂଖ୍ୟା ଡବଲ ହୋଇ ସାରିଛି।
ଜାତି ସଂଘର କହିବାନୁସାରେ, ଲେବାନନରୁ ବହୁ ସଂଖ୍ୟାରେ ଲୋକେ ସିରିଆ ଯାଉଛନ୍ତି। ଏବେସୁଦ୍ଧା ଏହି ସଂଖ୍ୟା ଲକ୍ଷେ ପାଖାପାଖି ପହଞ୍ଚି ସାରିଛି। ଖାଲି ଏତିକି ନୁହେଁ , ମୁସ୍କିଲ ଏହା କି ପଳାୟନ ଏବେ ବି ଜାରି ରହିଛି। ସଂଯୁକ୍ତ ରାଷ୍ଟ୍ର ସଂଘର ରିଫ୍ୟୁଜି ଏଜେନ୍ସି (ୟୁଏନଏଚସିଆର)ର ବର୍ତ୍ତମାନ ଲେବାନନ ଓ ସିରିଆ ମଧ୍ୟରେ ୪ କ୍ରସିଙ୍ଗ ପଏଣ୍ଟସ ଉପରେ ଖୁବ୍ ଭିଡ଼ ଜମିଛି। ଲେବାନନର ଲୋକେ ନିଜ ଦାମୀ ଦିନିଷ ସହ କୌଣସି ବି ସ୍ଥିତିରେ ପଳାୟନ କରୁବାକୁ ଚାହାନ୍ତି। ଲେବାନନରୁ ୨୩ ସେପ୍ଟେମ୍ୱର ଠାରୁ ପଳାୟନର ସମୟ ଜାରି ରହିଛି। ଇସ୍ରାଏଲ ଗତ ଏକ ସପ୍ତାହରେ ଲେବାନନରେ ଜୋରଦାର ହମଲା କରିଛି। ଏଥିରେ ଏବେସୁଦ୍ଧା ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୬୦୦୦ଲୋକ ଆହତ ହୋଇଛନ୍ତି।
ଅନ୍ୟପଟେ ଶୁକ୍ରବାର ହିଜବୁଲ୍ଲାହର ବରିଷ୍ଠ କମାଣ୍ଡରଙ୍କୁ ହିଁ ଇସ୍ରାଏଲ ମାରି ଦେଇଛି। ଲେବାନନର ସଙ୍କଟକୁ ଏହି କଥାରୁ ଜାଣି ପାରିବା କି ସିରିଆ ନିଜେ ୧୩ ବର୍ଷ ହେବ ଅସ୍ଥିରତା ଦେଇ ଗତି କରୁଛି। ତଥାପି ଲେବାନନରୁ ବହୁ ସଂଖ୍ୟାରେ ଲୋକେ ପଳାୟନ କରି ସେଠାକୁ ଯାଉଛନ୍ତି। ଏହି ଲୋକଙ୍କ ଚିନ୍ତା ଏହା କି ଇସ୍ରାଏଲର ଯେମିତି ଆଭିମୁଖ୍ୟ ଏହି ସ୍ଥିତିରେ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲି ପାରେ। ଏମିତି ସ୍ଥିତିରେ ଦାମୀ ଜିନିଷକୁ ସାଥିରେ ନେଇ ସୁରକ୍ଷିତ ସ୍ଥାନ ଖୋଜିବା ହିଁ ଉତ୍ତମ କାମ।