ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ, କହିଲେ- ‘ଏକଜୁଟ୍ ହୋଇ ନ୍ୟାୟ ପାଇଁ ଲଢିବୁ’

ରାଞ୍ଚି,୫।୨:  ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସରକାର ଆସ୍ଥା ଭୋଟ ଜିତିଛନ୍ତି। ଏହା ଭିତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେମନ୍ତ ସୋରେନ୍‌ଙ୍କ ବାସଭବନରେ ହୋଇଛି। ଏହି ସମୟରେ ରାହୁଲ କହିଛନ୍ତି, ଆମେ ସମସ୍ତେ ଏକଜୁଟ ହୋଇ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବୁ ଏବଂ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବୁ। ଘୃଣା ହାରିବ, INDIA ଜିତିବ (ବିରୋଧୀ ଦଳ 'ଭାରତ')।’

ଫ୍ଲୋର ଟେଷ୍ଟରେ ଚମ୍ପାଇ ସରକାରଙ୍କ ସଫଳତା ପରେ କଂଗ୍ରେସ କହିଛି,ଝାଡଖଣ୍ଡର ଏକଛତ୍ରବାଦୀ ଶାସକଙ୍କ ଗର୍ବକୁ ଭାଙ୍ଗି ଦଇଛି। ଇଣ୍ଡିଆର ବିଜୟ ହୋଇଛି। ଇଣ୍ଡିଆ ମେଣ୍ଟର ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ ଜିତିଛି। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜୁହାର...।’ 

ସେଭଳି ଜେଏମ୍‌ଏମ୍ ସାଂସଦ ମହୁଆ ମାଝି କହିଛନ୍ତି, ଏହା ଲୋକତନ୍ତ୍ରର ବିଜୟ। ଯେଉଁଭଳି ସବୁ ବିଧାୟକ ଏକଜୁଟ ଅଛନ୍ତି, ଏହା ହେମସ୍ତ ସୋରେନ୍‌ଙ୍କ ବୁଝାମଣା ଦ୍ବାରା ସମ୍ଭବ ହୋଇଛି। କଂଗ୍ରେସ, ଆରଜେଡିର ସବୁ ନେତା ଯେଉଁଭଳି ମିଶି ରଣନୀତି ତିଆରି କରିଛି ତାହା ଅସମ୍ଭବକୁ ସମ୍ଭବ କରି ଦେଖାଇଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.